ଓଡିଶା

odisha

ମନରେଗା ଯୋଜନାରେ ଟଙ୍କା ହଡପକୁ ନେଇ ପଞ୍ଚାୟତବାସୀଙ୍କ ଧାରଣା

By

Published : Mar 17, 2021, 8:14 AM IST

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 6ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଧାରଣା ଦେଇଛନ୍ତି ପଞ୍ଚାୟତବାସୀ । ଅଧିକ ପଢନ୍ତୁ...

ମନରେଗା ଯୋଜନାରେ ଟଙ୍କା ହଡପକୁ ନେଇ ପଞ୍ଚାୟତବାସୀଙ୍କ ଧାରଣା
ମନରେଗା ଯୋଜନାରେ ଟଙ୍କା ହଡପକୁ ନେଇ ପଞ୍ଚାୟତବାସୀଙ୍କ ଧାରଣା

ଜଗତସିଂହପୁର: ମନରେଗା ଯୋଜନାରେ ଟଙ୍କା ହଡପ । ଏପରି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତରେ । 6ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଇଛନ୍ତି ପଞ୍ଚାୟତବାସୀ ।

ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ଯେ 24,02,2020ରେ ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ 6ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି । ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଦନ୍ତ କରି ଦୁର୍ନୀତି ହୋଇଥିବା ଜାଣିବାକୁ ପାଇଛି ।

ଏହାର ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବା ପରେ ହଡପ ହୋଇଥିବା 5ଲକ୍ଷ, 68 ହଜାର 179 ଟଙ୍କା ସରପଞ୍ଚ ନିଅତି ସ୍ବାଇଁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ହିମାଂଶୁ ନାୟକ ଓ ଗ୍ରାମ ସେବକ ସମ୍ୟ ରଂଜନ ନାୟକଙ୍କୁ ଏହି ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେବା ସହ ପଞ୍ଚାୟତ କାର୍ଯ୍ୟ ନିର୍ବାହୀଙ୍କୁ ନିଲମ୍ବିତ କରିବା ସହ ଗ୍ରାମସେବକକୁ ଚାକିରୀରୁ ବହିଷ୍କାର କରିଥିଲେ ।

ତେବେ ଆତ୍ମସାତ କରିଥିବା ଅର୍ଥ ଫେରସ୍ତ କରି ନଥିବାରୁ ପଞ୍ଚାୟତବାସୀ ଧାରଣାରେ ବସିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ହଡପ ଅର୍ଥକୁ ସେମାନଙ୍କ ଠାରୁ ଆଦାୟ କରିବାକି ଦାବି କରିଛନ୍ତି ପଞ୍ଚାୟତବାସୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details