ଓଡିଶା

odisha

ସୁରକ୍ଷା କମିଟି ବନାମ ସୁରକ୍ଷା ସମିତି, କିଏ କହୁଛି ସତ?: ନିଯୁକ୍ତି ପ୍ରଦାନ ନାଁ'ରେ ଭୁଆଁ ବୁଲାଇଛି କମ୍ପାନୀ !

By

Published : Aug 17, 2023, 7:30 PM IST

ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା କମିଟି ତରଫରୁ ବିଭିନ୍ନ ଦାବି ନେଇ ଦୀର୍ଘ 6 ମାସ ଧରି ଧାରଣା ଜାରି ରହିଛି l ସେପଟେ ଗ୍ରାମର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏକ କମିଟି ଗଢି ଗ୍ରାମବାସୀମାନଙ୍କୁ ଭୁଆଁ ବୁଲାଉଥିବା କହିଛି ହାଣ୍ଡିଆ ବିସ୍ଥାପିତ ସୁରକ୍ଷା ସମିତି l ଅଧିକ ପଢନ୍ତୁ

ବିସ୍ଥାପିତଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପ୍ରେସମିଟ୍
ବିସ୍ଥାପିତଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପ୍ରେସମିଟ୍

ବିସ୍ଥାପିତଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପ୍ରେସମିଟ୍

ପାରାଦ୍ବୀପ : ତେଜିବାରେ ଲାଗିଛି ହାଣ୍ଡିଆ ଗ୍ରାମବାସୀଙ୍କ ବିବାଦ l ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ହାଣ୍ଡିଆ ଗ୍ରାମର ଗ୍ରାମବାସୀ ଧାରଣା ଦେଇଛନ୍ତି। ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା କମିଟି ତରଫରୁ ବିଭିନ୍ନ ଦାବି ନେଇ ଦୀର୍ଘ 6 ମାସ ଧରି ଧାରଣା ଜାରି ରହିଛି l ତେବେ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଏହି ହାଣ୍ଡିଆ ଗ୍ରାମର 50 ପିଲାଙ୍କୁ କମ୍ପାନୀରେ ନିଯୁକ୍ତି ମିଳିଥିବା ନେଇ କହିଥିଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ l ଯାହାକୁ ମିଛ ବୋଲି କହିବା ସହିତ ବିଧାୟକଙ୍କ ଉପରେ ବର୍ଷିଛନ୍ତି ଆନ୍ଦୋଳନକାରୀ । ଏହାସହ ପିଲାଙ୍କ ନିଯୁକ୍ତି ନେଇ ବିଧାୟକଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିବା ସହିତ "ବିଧାୟକ ମିଛ କହିଛନ୍ତି, ଗ୍ରାମର କୌଣସି ପିଲାଙ୍କୁ ନିଯୁକ୍ତି ମିଳିନାହିଁ" ବୋଲି ପାଲଟା ଅଭିଯୋଗ ଆଣିଥିଲେ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା କମିଟି l

ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ବିରୋଧ କରିଛନ୍ତି ହାଣ୍ଡିଆ ବିସ୍ଥାପିତ ସୁରକ୍ଷା ସମିତି l ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଧାୟକଙ୍କ ସମର୍ଥକ। ବିସ୍ଥାପିତ ସୁରକ୍ଷା ସମିତି ସଭାପତି କହିଛନ୍ତି, "ଗ୍ରାମର ପ୍ରାୟ 50ରୁ ଊର୍ଦ୍ଧ୍ବ ପିଲାଙ୍କୁ କମ୍ପାନୀ ନିଯୁକ୍ତି ପ୍ରଦାନ କରିବା ସହିତ ଗ୍ରାମର ଉନ୍ନତି ପାଇଁ କମ୍ପାନୀ ଅନେକ କାର୍ଯ୍ୟ କରିଛି। l ବିଧାୟକ ଯାହା କହିଛନ୍ତି ସମ୍ପୂର୍ଣ୍ଣ ସତ କହିଛନ୍ତି l ଏନେଇ ଉପଯୁକ୍ତ ତଥ୍ୟ ପ୍ରମାଣ ମଧ୍ୟ ରହିଛି । ଘଟଣାର ତଦନ୍ତ ହେଲେ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ଜଣା ପଡିବ । ଗ୍ରାମର ପିଲାମାନଙ୍କୁ ନିଯୁକ୍ତି ମିଳିଛି, କିନ୍ତୁ ଗ୍ରାମର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏକ କମିଟି ଗଢି ଗ୍ରାମବାସୀମାନଙ୍କୁ ଭୁଆଁ ବୁଲାଉଛନ୍ତି l"

ଏହା ବି ପଢନ୍ତୁ...ମିଳୁନି ଚାକିରି, ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ବିସ୍ଥାପିତ ପରିବାର

ଏହାସହ ହାଣ୍ଡିଆ ବିସ୍ଥାପିତ ସୁରକ୍ଷା ସମିତି ଉପସଭାପତି କହିଛନ୍ତି,"ଏହାକୁ ଆଉ ବରଦାସ୍ତ କରାଯିବନାହିଁ । ବାରମ୍ବାର ଆମର ପ୍ରିୟ ବିଧାୟକଙ୍କୁ ଯେଉଁଭଳି ଭାବରେ ଅପମାନଜନକ ମନ୍ତବ୍ୟ ଦିଆଯାଉଛି, ଆଗାମୀ ଦିନରେ ହାଣ୍ଡିଆ ବିସ୍ଥାପିତ ସୁରକ୍ଷା ସମିତି ତରଫରୁ ଆଇନର ଆଶ୍ରୟ ନେବା ସହିତ ବିଧାୟକଙ୍କୁ ଅପମାନଜନକ ମନ୍ତବ୍ୟ ଦେଉଥିବା ସଂଗଠନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।" ଏନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ହାଣ୍ଡିଆ ବିସ୍ଥାପିତ ସୁରକ୍ଷା ସମିତିର ସଭାପତି ଓ ଉପ ସଭାପତି l


ଇଟିଭି ଭାରତ, ଜଗତସିଂହପୁର

For All Latest Updates

ABOUT THE AUTHOR

...view details