ପାରାଦ୍ୱୀପ:ପାରାଦ୍ୱୀପର ମୁଖ୍ୟ ରାସ୍ତା ତିନି ମୁହାଣୀ ଛକ ନିକଟରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିବା ସହ ପ୍ରତ୍ୟକ ଦିନ ଟ୍ରକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶିଳ୍ପାନୁଷ୍ଠାନ ସହିତ ଆଲୋଚନା କରାଯିବା ସହ କିପରି ଦୁର୍ଘଟଣାକୁ ରୋକାଯାଇ ପାରିବ ତା’କୁ ନେଇ ଆଲୋଚନା କରାଯାଇଥିଲା । ଲୁହା ପଥର ଠାରୁ ଆରମ୍ଭ କରି ବିଭିନ୍ନ ପଣ୍ୟବାହୀ ଟ୍ରକ ଗୁଡିକ ରାସ୍ତା ଉପରେ ଅଟକୁଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଇଥିଲା । ତେବେ ଏହାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ, ଏହା କାର୍ଯ୍ୟକାରୀ ହୋଇପାରି ନାହିଁ ।
ଦାବି ସତ୍ତ୍ୱେ ହୋଇନି ଟ୍ରାଫିକ ସମସ୍ୟାର ସମାଧାନ, ସାମ୍ବାଦିକଙ୍କ ବିକ୍ଷୋଭ - ପାରାଦୀପ ସାମ୍ବାଦିକଙ୍କ ବିକ୍ଷୋଭ
ପାରାଦ୍ୱୀପର ମୁଖ୍ୟ ରାସ୍ତା ତିନି ମୁହାଣୀ ଛକ ନିକଟରେ ଟ୍ରାଫିକ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସୁଧୁରି ନଥିବାରୁ ପାରାଦ୍ୱୀପର ସମସ୍ତ ସାମ୍ବାଦିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ
ଏହାକୁ ବିରୋଧ କରି ପାରାଦ୍ୱୀପ ସାମ୍ବାଦିକ ସଂଘ ପକ୍ଷରୁ ଗତ ୨ ତାରିଖରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ଅବଗତ କରାଯିବା ସହ ପାରାଦ୍ୱୀପ ସହରରେ ଟ୍ରାଫିକ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ଦାବି କରାଯାଇଥିଲା । ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । କିନ୍ତୁ, ୮ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି(ଶୁକ୍ରବାର) ପାରାଦ୍ୱୀପର ସମସ୍ତ ସାମ୍ବାଦିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଯଦି ପାରାଦ୍ୱୀପରେ ଟ୍ରାଫିକ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦିଅନ୍ତି ତେବେ ଆସନ୍ତା ୨୦ ତାରିଖରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି ଲିଖିତ ଭାବେ ଜଣାଇ ଦିଆଯାଇଛି । ଧାରଣା ସ୍ଥଳରେ ପାରାଦ୍ୱୀପଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ପହଞ୍ଚ ସାମ୍ବାଦିକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।
ଇଟିଭି ଭାରତ, ଜଗତସିଂହପୁର
TAGGED:
ପାରାଦୀପ ସାମ୍ବାଦିକଙ୍କ ବିକ୍ଷୋଭ