ଜଗତସିଂହପୁର:ନିଯୁକ୍ତି ଦେବାରେ ଅନିୟମିତତା । ଚେନ୍ନାଇ ରାଧା ଇଞ୍ଜିନିୟରିଂ ସଂସ୍ଥା ନିଯୁକ୍ତି ଦେବାରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରିଛି ଅନଏମ୍ପଲଏଡ ଇଞ୍ଜିନିୟର୍ସ ସଙ୍ଗଠନ ।
ଜିନ୍ଦଲ ଅଧୀନରେ କାର୍ଯ୍ୟ କରୁଥିବା ଚେନ୍ନାଇ ରାଧା ଇଞ୍ଜିନିୟରିଂ କମ୍ପାନୀ ଚାରିଶହରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ନିଯୁକ୍ତ ପତ୍ର ପ୍ରଦାନ କରିଥିଲା । ମାତ୍ର ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲା । ନିଯୁକ୍ତି ନେଇ ନଭେମ୍ବର ମାସରୁ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଭେଟିଥିଲେ ମାତ୍ର କିଛି ସୁଫଳ ମିଳିନାହିଁ ।