ଜଗତସିଂହପୁର: ବୁଧବାର ଦିନ ଜଗତସିଂହପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକମାନଙ୍କ ସମସ୍ୟାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି ଯେ, ଜିଲ୍ଲାର ୫୬ ହଜାର ହେକ୍ଟର ଗାଁ ଗଣ୍ଡା, ଗୋଚର, ଓ ଚାଷଜମିରେ ବର୍ଷାଜଳ ନିସ୍କାସନ କରାଯିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ ।
ଜିଲ୍ଲାରେ ମୃତ ଅବସ୍ଥାରେ ଥିବା, ହସଂଆ, ଅଳକା, ଓ ଗୋବରୀକୁ ପୁନରୁଦ୍ଧାର କରାଗଲେ ବର୍ଷାଜଳ ନିସ୍କାସନର ସୁବ୍ୟବସ୍ଥା ହୋଇପାରନ୍ତା । କିନ୍ତୁ ଜିଲ୍ଲା ଡ୍ରେନେଜ୍ ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ କରିଛନ୍ତି ।