ଓଡିଶା

odisha

ETV Bharat / state

ଆଦିବାସୀ ପ୍ରସୂତିଙ୍କୁ ଚିକିତ୍ସା କଲେନି ଡାକ୍ତର ! ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ - ପ୍ରସୂତିଙ୍କୁ ଚିକିତ୍ସା କଲେନି ଡାକ୍ତର

ପ୍ରସୂତି ମହିଳାଙ୍କୁ ଚିକିତ୍ସା କଲେନି ଡାକ୍ତର । ରାସ୍ତାରେ ପ୍ରସବ କଲେ ମହିଳା । ଏହି ଘଟଣାକୁ ନେଇ ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ଡିଜାଇନ ଫଟୋ

By

Published : Jun 6, 2019, 10:22 PM IST

ଜଗତସିଂହପୁର: ପୁଣି ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର । ଗର୍ଭବତୀ ମହିଳାଙ୍କୁ ଫେରାଇ ଦେଲେ ଡାକ୍ତର । ରାସ୍ତାରେ ପ୍ରସବ କଲେ ମହିଳା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ । ଯାହାକୁ ନେଇ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ 8ଟା ସମୟରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ ଜଣେ ପ୍ରସୂତି ମହିଳା । ଡାକ୍ତର ତାଙ୍କୁ ଚିକିତ୍ସା କରିବା ବଦଳରେ ଫେରାଇ ଦେଇଥିଲେ । ଫଳରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଜଣକ ରାସ୍ତାରେ ହିଁ ପ୍ରସବ କରିଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

ଉତ୍ୟକ୍ତ ଲୋକେ ଟାୟାର ଜାଳି କଟକ- ପାରାଦୀପ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details