ଓଡିଶା

odisha

ETV Bharat / state

Pre Poll Violence: ଜଗତସିଂହପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାମଲା ରୁଜୁ - ଜଗତସିଂହପୁରରୁ ପ୍ରାକ୍ ନିର୍ବାଚନୀ ହିଂସା

ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ଗାଡିକୁ ଅଟକାଇ ଗଣ୍ଡଗୋଳ କରିବା ଅଭିଯୋଗରେ ଦୁଇ ଗୋଷ୍ଠୀ ମୁହାମୁହିଁ । ଅଧିକ ପଢନ୍ତୁ

Pre Poll Violence: ଜଗତସିଂହପୁରରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାମଲା ରୁଜୁ
Pre Poll Violence: ଜଗତସିଂହପୁରରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାମଲା ରୁଜୁ

By

Published : Feb 15, 2022, 10:44 AM IST

ଜଗତସିଂହପୁର: ଆସନ୍ତାକାଲି(ବୁଧବାର) ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଭୋଟ୍ ପଡିବା ପୂର୍ବରୁ ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଦେଖା ଦେଇଛି । ସୋମବାର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ନିର୍ବାଚନକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ସେମାନଙ୍କ ଭିତରେ ଏବେ ଛକାପଞ୍ଝା ଲାଗି ରହିଛି ।

Panchayat Poll Violence: ଜଗତସିଂହପୁରରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାମଲା ରୁଜୁ

ଅଭିଯୋଗ ଅନୁଯାୟୀ, ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଥିବା ରମେଶ ଚନ୍ଦ୍ର କୂଅଁର ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିଲେ । ଏହାପରେ ସେ ପ୍ରତିପକ୍ଷ କଂଗ୍ରେସ ଦଳ ଛାମୁଆଁଙ୍କ ସହ ମିଶି ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟା ପ୍ରାର୍ଥୀମାନଙ୍କ ପ୍ରଚାର ସମୟରେ ତାଙ୍କୁ ହଇରାଣ ହରକତ କରିଥିଲେ । ଏପରିକି ପୋଷ୍ଟର ଓ ପ୍ରଚାର ଗାଡିରୁ ବ୍ୟାନର ଫ୍ଲେକ୍ସ ଚିରି ଦେବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ।

ପ୍ରଚାର ଗାଡିକୁ ଅଟକାଇ ସରପଞ୍ଚ ଓ ତାଙ୍କ ପୁଅ ଗଣ୍ଡଗୋଳ କରିବା ସଙ୍ଗେ ସଙ୍ଗେ ପ୍ରଚାର ଗାଡିରେ ନିଆଁ ଲଗାଇଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ମଧ୍ୟ । ଯାହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଉଭୟ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details