ଢିଙ୍କିଆ(ଜଗତସିଂହପୁର): ଢ଼ିଙ୍କିଆରେ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ। ଗତକାଲି (ସୋମବାର) ଢ଼ିଙ୍କିଆ ଗ୍ରାମରେ ପୋଲିସର ବର୍ବରତାକୁ ନେଇ ଗ୍ରାମବାସୀ ମାନେ ଉଦ୍ବେଗ ପ୍ରକାଶ କରିବା ସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ଆଗାମୀ ଦିନରେ ପୋଲିସ ଓ ପ୍ରଶାସନକୁ କିପରି ରୋକାଯାଇ ପାରିବ ତାକୁ ନେଇ ଆଲୋଚନା କରିଛନ୍ତି।
ଗ୍ରାମବାସୀ ମାନେ ପାଳିକରି ଗ୍ରାମକୁ ଜଗିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗଛକାଟି ରାସ୍ତାକୁ ଅବରୋଧ କରିଛନ୍ତି । ଢ଼ିଙ୍କିଆ ଚାରିଦେଶରେ ପୋଲିସ ଚାରିପାଖରୁ ଘେରବନ୍ଧି କରି ରଖିଥିବା ବେଳେ ଗାଁକୁ କାହାକୁ ପ୍ରବେଶ ଉପରେ ଗ୍ରାମବାସୀ ରୋକ ଲଗାଇଛନ୍ତି। ଆଗାମୀ ଦିନରେ ଯଦି ପୋଲିସ ଗିରଫଦାରୀ କରେ ତେବେ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବିଚ୍ଛିନ୍ନ କରିଦିଆଯିବ ବୋଲି ଗ୍ରାମବାସୀମାନେ କହିଛନ୍ତି।