ଓଡିଶା

odisha

ଶାରଳା ସୂତାକଳ ସିଲ୍‌ ଘଟଣା, ସରକାରଙ୍କ ଇଚ୍ଛାଶକ୍ତି ଅଭାବ କହିଲା କଂଗ୍ରେସ

By

Published : Jun 26, 2022, 12:13 PM IST

ଜତଗସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଥିବା ଶାରଳା ସୂତାକଳକୁ SBI ବ୍ୟାଙ୍କ ସିଲ୍‌ କରିଛି । ଖବର ପ୍ରସାରଣ ପରେ ରାଜନୀତି ତେଜିବାରେ ଲାଗିଛି । ଅଧିକ ପଢନ୍ତୁ

ଶାରଳା ସୂତାମିଲ ସିଲ ଘଟଣା, ଖବର ପ୍ରସାରଣ ପରେ ତେଜିଲା ରାଜନୀତି
ଶାରଳା ସୂତାମିଲ ସିଲ ଘଟଣା, ଖବର ପ୍ରସାରଣ ପରେ ତେଜିଲା ରାଜନୀତି

ଜତଗସିଂହପୁର:ଜିଲ୍ଲା ତିର୍ତ୍ତୋଲରେ ଥିବା ଶାରଳା ଶାରଳା ସୂତାକଳକୁ(Sarala Spinning Mill) ଏସବିଆଇ ବ୍ୟାଙ୍କ ସିଲ୍‌ କରିଛି । ଖବର ପ୍ରସାରଣ ପରେ ରାଜନୀତି ତେଜିବାରେ ଲାଗିଛି । ଶାରଳା ସମବାୟ ସୂତାକଳକୁ ଋଣମୁକ୍ତ ଓ ପୁନଃଉଦ୍ଧାର ପାଇଁ ତିର୍ତ୍ତୋଲ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ସରକାରୀ ଉଦାସୀନତାକୁ ଦାୟୀ କରିଛନ୍ତି କଂଗ୍ରେସ ନେତା ହିମାଂଶୁ ମଲ୍ଲିକ । ଦେଢ ହଜାର ପରିବାରର ଭାତହାଣ୍ଡି ଭାବେ ପରିଚିତ ଥିବା ଶାରଳା ସୂତାକଳକୁ ପୁନଃରୁଦ୍ଧାର ପାଇଁ ଦାବି କରିଛି କଂଗ୍ରେସ । ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ଚେତାବନୀ ଦେଇଛି ।

ଶାରଳା ସୂତାମିଲ ସିଲ ଘଟଣା, ଖବର ପ୍ରସାରଣ ପରେ ତେଜିଲା ରାଜନୀତି

ଏହା ବି ପଢନ୍ତୁ...ଅଡୁଆ ସୂତା ଫାଶରେ ଶାରଳା ସୂତାକଳ, ଋଣଭାର ଯୋଗୁଁ ବ୍ୟାଙ୍କ କଲା ସିଲ୍‌

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପ୍ରଚେଷ୍ଟାରେ ତିର୍ତ୍ତୋଲରେ ଶାରଳା ସୂତାମିଲ୍‌ ପ୍ରତିଷ୍ଠା ହୋଇଥିଲା । ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା । ହେଲେ 22 ବର୍ଷ ହେବ ତିର୍ତ୍ତୋଲ ଅଞ୍ଚଳରେ ରାଜ୍ୟ ସରକାରଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତ ଦୂରର କଥା ଜିଲ୍ଲା ତଥା ଅଞ୍ଚଳର ଗୌବରବହନ କରୁଥିବା ଶାରଳା ସୂତାକଳାର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନେଇନଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି କଂଗ୍ରେସ ।

ବ୍ୟାଙ୍କ ଦଖଲକୁ ନେଇଥିବା ସମ୍ପତ୍ତିର ମୂଲ୍ୟ 56 କୋଟି ଟଙ୍କା ହେବ ବୋଲି କହିବାସହ ରାଜ୍ୟ ସରକାରଙ୍କ ନିକଟରେ 5 ଦଫା ଦାବି ରଖାଯାଇଛି । ପ୍ରଥମ ଦାବିରେ ରାଜ୍ୟ ସରକାର ମିଲକୁ ଋଣମୁକ୍ତ କରିବାକୁ ଦାବି ହୋଇଛି । ଶାରଳାସୂତା କଳକୁ ପୁନଃରୁଦ୍ଧାର କରିବା ପାଇଁ ବିଜେଡି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ବର୍ତ୍ତମାନ ଏହି ମିଲ୍‌ଟି ବ୍ୟାଙ୍କ ହାତକୁ ଚାଲିଯାଉଛି । ଯାହା ଦୁର୍ଭାଗ୍ୟ ଜନକ । 15ଏକର ପରିମିତ ଜାଗା ସହ 56 କୋଟି ଟଙ୍କାର ସରଞ୍ଜାମକୁ SBI ଅକ୍ତିଆରକୁ ନେଇଥିବା ନୋଟିସ୍‌ ଲଗାଇଛି ।

ରାଜ୍ୟ ସରକାର 5କୋଟିର ଋଣକୁ ପରିଶୋଧ କରି ଶାରଳା ସୂତାମିଲ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ 5 ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କୁ କଂଗ୍ରେସ ପ୍ରଦାନ କରିବ ବୋଲି କହିଛନ୍ତି ତିର୍ତ୍ତୋଲ କଂଗ୍ରେସ ଦଳ ନେତା ହିମାଂଶୁ ମଲ୍ଲିକ । ଯଦି ସରକାର ଦାବି ପୂରଣ ନ କରନ୍ତି, ତେବେ ତିର୍ତ୍ତୋଲଠୁ ଆରମ୍ଭ କରି ସଚିବାଳୟ ଯାଏଁ ଆନ୍ଦୋଳନ ପନ୍ଥା ଆପଣେଇବାକୁ ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details