ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମରେ ଆଜି ଚିରୁକୁଟି ବଣ୍ଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ ଉଭୟ ଗୋଷ୍ଠୀ ରଘୁନାଥପୁର ଥାନା ଘେରାଉ କରିବା ସହ ଥାନା ସାମ୍ନାରେ ବସିଥିବା ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ ରଘୁନାଥପୁର ବ୍ଲକରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ ।
ଅନ୍ୟପଟେ ଆଜି ସନ୍ଧ୍ୟାରେ ଏକ ରାଜନୈତିକ ଦଳ ପକ୍ଷରୁ ଚିରୁକୁଟି ବାଣ୍ଟୁଥିବା ବେଳେ ଅନ୍ୟ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ରଘୁନାଥପୁର ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଛି । ସେହିପରି ଉଭୟ ପକ୍ଷର ଶତାଧିକ ଲୋକେ ରଘୁନାଥପୁର ଥାନାକୁ ଆସି ପାଟିତୁଣ୍ଡ କରିବା ସହ ଥାନା ଘେରାଉ କରିଥିଲେ ।