ଜଗତସିଂହପୁର:୨୦୨୪ ନିର୍ବାଚନକୁ ଫୋକସ । ଏବେଠୁ ସରଗରମ ନିର୍ବାଚନ ମଣ୍ଡଳୀ । ନିଜନିଜ ପତିଆରା ଜାହିର କରିବା ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । ନିର୍ବାଚନ ଯେତିକି ପାଖଉଛି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ସେତେ ଉଗ୍ର ହେବାରେ ଲାଗିଛି । ଦଳୀୟ ଟିକେଟ ପାଇଁ ଆରମ୍ଭ ହୋଇଯାଇଛି ଲଢେଇ । କିଏ ଟିକେଟ ପାଇବ ସେନେଇ ଜାରି ରହିଛି କସରତ ।
2024 ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡିରେ ରାଜନୀତି ସେତେ ଗୋଳିଆ ହେବାକୁ ଯାଉଛି । ବନ୍ଧୁ ମିଳନ ନାମରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ନିଜ ଶକ୍ତି ପଦର୍ଶନ ଜାରି ରଖିଛନ୍ତି । ଯାହାକୁ ନେଇ ଜଗତସିଂହପୁର ରାଜନୀତି ଆଜିଠାରୁ ବେଶ ସରଗମ ହେଲାଣି । 2019 ସାଧାରଣ ନିର୍ବାଚନ ସମୟରେ ବାଲିକୁଦା ଏରସମାର ତତ୍କାଳୀନ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ଅଣାଯାଇ ବିଜେଡି ପକ୍ଷରୁ ଦଳୀୟ ପ୍ରାର୍ଥୀ ଭାବେ ଛାଡି କରାଯାଇଥିଲା ।
ଅନ୍ୟପକ୍ଷରେ ଜଗତସିଂହପୁର ଆସନରୁ ଦଳୀୟ ଟିକେଟରେ ଲଢ଼ିବାକୁ ସଜବାଜ ହେଉଥିବା ଅମରେନ୍ଦ୍ର ସେ ସମୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଫଳରେ ଏହା ଉଗ୍ରରୂପ ଧାରଣ କରିବା ସହ ନାଉଗାଁ ଠାରେ ଅମରେନ୍ଦ୍ର ଓ ପ୍ରଶାନ୍ତଙ୍କ ସମର୍ଥକ ହତାହାତୀ ହୋଇଥିଲେ । ଜଗତସିଂହପୁର ବିଜେଡିରେ ଅସନ୍ତୋଷ ବଢୁଥିବା ଦେଖି ଅମରେନ୍ଦ୍ର ଦାସଙ୍କୁ ପ୍ରଥମେ ବିଜେଡି ଜିଲ୍ଲା ସଭାପତି ଓ ପରେ ତାଙ୍କୁ କାଜୁ ନିଗମ ଦିଆ ଯାଇଥିଲା । ଏହା ବିରୋଧକୁ କିଛମାତ୍ରାରେ ପ୍ରଶମିତ କରିବା ସହିତ ଦଳୀୟ ପ୍ରାର୍ଥୀ ଭାବେ ପ୍ରଶାନ୍ତ ମୁଦୁଲି ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।