ଓଡିଶା

odisha

ETV Bharat / state

ବାହୁଡା ଯାତ୍ରାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ - ଗ୍ରାମବାସୀ

ବାଲିକୁଦା ବ୍ଲକସ୍ଥିତ ପ୍ରାଚୀନ ଖମ୍ବାକୂଳ ମଠରେ ବାହୁଡା ଯାତ୍ରାକୁ ନେଇ ଦେଖା ଦେଇଛି ବିବାଦ । ମଠ ସମ୍ପତ୍ତି ବିବାଦକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Jul 13, 2019, 1:07 AM IST

ଜଗତସିଂହପୁର: ବାଲିକୁଦା ବ୍ଲକସ୍ଥିତ ପ୍ରାଚୀନ ଖମ୍ବାକୂଳ ମଠରେ ବାହୁଡା ଯାତ୍ରାକୁ ନେଇ ଦେଖା ଦେଇଛି ବିବାଦ । ମଠ ସମ୍ପତ୍ତି ବିବାଦକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ । ଏଥିରେ ଉତ୍ତ୍ୟକ୍ତ ହୋଇ କିଛି ଦୁର୍ବୃତ୍ତ ରାତି ପ୍ରାୟ 10ଟା ସମୟରେ ମହନ୍ତଙ୍କ ରୋଷେଇଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ମଠ ସମ୍ପତିକୁ ନେଇ ଦୀର୍ଘ ଦିନ ହେବ ମଠରେ ଥିବା ମହନ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ କୋର୍ଟରେ ମାମଲା ବିଚରାଧିନ ଥିବା ବେଳେ 2 ମାସ ତଳେ ମହନ୍ତଙ୍କ ସପକ୍ଷରେ କୋର୍ଟ ରାୟ ଶୁଣାଇଥିଲେ । ଯାହାକୁ ନେଇ ଅଧିକ ଉଗ୍ର ହୋଇ ଉଠିଥିଲେ ଗ୍ରାମବାସୀ । ଏପରି ସ୍ଥିତିରେ ବାହୁଡା ଯାତ୍ରା ସମୟରେ ପୋଲିସ ସହୟତାରେ ମହନ୍ତ ରଥ ଉପରେ ଚଢିଥିବାରୁ କିଛି ମହିଳା ଏହାକୁ ବିରୋଧ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ମହନ୍ତ ମଠରେ ଥିବା କୋଟି କୋଟି ସମ୍ପତ୍ତିକୁ ହଡପ କରିଛନ୍ତି । ତେଣୁ ରଥରେ ମହନ୍ତଙ୍କ ଉପସ୍ଥିତିକୁ ବିରୋଧ କରି ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ପୋଲିସ ମୃଦୁ ଲାଠି ଚାଳନା ମଧ୍ୟ କରିଥିଲା । ହେଲେ କୋର୍ଟର ରାୟ ଓ ଗ୍ରାମବାସୀଙ୍କ ଅଭିଯୋଗ ମଝିରେ ଏବେ ପେଶି ହୋଇଯାଇଛି ପୋଲିସ ।

ଅନ୍ୟପଟେ କିଛି ଦୁର୍ବୃତ୍ତ ଘଟଣାରେ ଉଗ୍ର ହୋଇ ରାତି ପ୍ରାୟ 10ଟା ସମୟରେ ମହନ୍ତଙ୍କ ରୋଷେଇଘର ଜାଳି ଦେଇଥିବା ଅଭିଯୋଗ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details