ଜଗତସିଂହପୁର:ମାଡ ମାରି ଲାଟିନ ପାଣି ପିଇବାକୁ କହିବା ଘଟଣାରେ ପୋଲିସ ଏସଆଇ ନିଲମ୍ବିତ । ବହୁଚର୍ଚ୍ଚିତ ତିର୍ତ୍ତୋଲ ଥାନା ଏସଆଇ ଅନିରୁଦ୍ଧ ନାୟକଙ୍କ ବିରୋଧରେ ଆସିଥିବା ମାଡ ମାରିବା ଓ ଲାଟିନ ପାଣି ପିଇବାକୁ କହିବା ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ଜଗତସିଂହପୁର ଏସପି ଆର ପ୍ରକାଶ ଅନିରୁଦ୍ଧଙ୍କୁ ନିଲମ୍ବନ କରିଛନ୍ତି।
ସୂଚନାଯୋଗ୍ୟ ଯେ ତିର୍ତ୍ତୋଲ ଥାନା ଏସଆଇ ଅନିରୁଦ୍ଧ ନାୟକ କୃଷ୍ଣାନନ୍ଦପୁର ଗ୍ରାମର ରଶ୍ମିକାନ୍ତ ସାହୁ ନାମକ ଜଣେ ଯୁବକ ଘରୋଇ କଳିକୁ ନେଇ ଏତଲା ଦେବାକୁ ଆସିଥିଲେ । ଏହି ସମୟରେ ଏସଆଇ ଅନିରୁଦ୍ଧ ତାଙ୍କୁ ବିନା କାରଣରେ ମାଡ଼ ମାରିବା ସହିତ ତଳେ ପକାଇ ତାଙ୍କ ଉପରେ ଚଢ଼ି ଯାଇଥିଲେ। ଫଳରେ ମାଡ଼ ଖାଇଥିବା ରଶ୍ମିକାନ୍ତ ପାଣି ମାଗିବା ବେଳେ ତାଙ୍କ ସମ୍ପୃକ୍ତ ଏସଆଇ ଲାଟିନ ପାଣି ପିଆଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ରଶ୍ମିକାନ୍ତ ସାହୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଆସି ଗତ 15 ତାରିଖରେ ଏସପି ଆର ପ୍ରକାଶଙ୍କୁ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଏସପି ଆର ପ୍ରକାଶ ଅଭିଯୁକ୍ତ ଏସଆଇଙ୍କୁ ନିଲମ୍ବିତ କରିଛନ୍ତି।