ଓଡିଶା

odisha

ETV Bharat / state

ଗ୍ୟାସ ଏଜେନ୍ସି ମାଲିକଙ୍କ ଠାରୁ ଲୁଟ, ଦୁଇ ଗିରଫ - ଜଗତସିଂହପୁର ଲୁଟ ଘଟଣା

Police Exposed A Loot Case: କଳ୍ପନା ଗ୍ୟାସ ଏଜେନ୍ସିର ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟ ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ସହିତ ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାରିଛି ପୋଲିସ । ଅଧିକ ପଢନ୍ତୁ

ଗ୍ୟାସ ଏଜେନ୍ସିର ମାଲିକ ଠାରୁ ଲୁଟ , ଦୁଇ ଗିରଫ
ଗ୍ୟାସ ଏଜେନ୍ସିର ମାଲିକ ଠାରୁ ଲୁଟ , ଦୁଇ ଗିରଫ

By ETV Bharat Odisha Team

Published : Jan 8, 2024, 7:59 PM IST

ଗ୍ୟାସ ଏଜେନ୍ସିର ମାଲିକ ଠାରୁ ଲୁଟ , ଦୁଇ ଗିରଫ

ଜଗତସିଂହପୁର: ପୋଲିସକୁ ସଫଳତା । ଦୁଇ ଜଣ କୁଖ୍ୟାତ ଅପରାଧିକୁ ଗିରଫ । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛିି । ସୂଚନାଅନୁଯାୟୀ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଶ୍ରମ ପାଟଣା ନିକଟରେ ଗତ ଡିସେମ୍ବର 12 ତାରିଖରେ ଏକ ଡକାୟତି ହୋଇଥିଲା । କଳ୍ପନା ଗ୍ୟାସ ଏଜେନ୍ସିର ମାଲିକ କୁତାମ କିଶୋର ସଜ୍ଜନ ସିଂ ଘରକୁ ଫେରୁଥିବା ସମୟରେ ଲୁଟର ଶିକାର ହୋଇଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ କୁତାମ । ପରେ ପୋଲିସ ଅଭିଯୁକ୍ତଙ୍କ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଅଭିଯୁକ୍ତଙ୍କ ମୋବାଇଲକୁ ଟ୍ରାପ କରି ଧରିବାରେ ସକ୍ଷମ ହୋଇଛି ପୋଲିସ ।

ତେବେ ଘଟଣା ଦିନ ପ୍ରାୟ ରାତି 8ଟା ସମୟରେ ଜଗତସିଂହପୁର ଉପକଣ୍ଠ ଆଳିପିଙ୍ଗଳ ଠାରେ ଥିବା କଳ୍ପନା ଗ୍ୟାସ ଏଜେନ୍ସିର ମାଲିକ କୁତାମ ଏକ ବ୍ୟାଗରେ 3ଲକ୍ଷ 85 ହଜାର ଟଙ୍କା ନେଇ ଘରକୁ ଫେରିଥିଲେ । ତାଙ୍କ ଗ୍ୟାସ ଏଜେନ୍ସିରେ କାମ କରୁଥିବା କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଶାଗ ଡାଇଲୋ ଗ୍ରାମର ଯୁଗଳ କିଶୋରଙ୍କ ପୁଅ ସରୋଜ ମଲ୍ଲିକ ଚତୁରତାର ସହିତ ଡକାୟତି ଗ୍ୟାଙ୍ଗଙ୍କୁ ଫୋନ ଯୋଗେ ଖବର ଦେଇଥିଲେ ।ଫଳରେ ପୂର୍ବ ଯୋଜନା ମୁତାବକ ଦୁଇଜଣ ଯୁବକ ଏକ କଳା ପଲସରରେ ଆସି ନିଛାଟିଆ ସ୍ଥାନରେ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗକୁ ଛଡାଇ ନେଇ ପଳାଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ .....ଲୁଟେରାଙ୍କ ଟାର୍ଗେଟରେ ତାଲା ବନ୍ଦ ଘର, ପୋଲିସ ପାଇଁ ବଡ ଚାଲେଞ୍ଜ

ଏହି ଘଟଣା ପରେ କୁତମ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲା ଆରଖି ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଗତ(ରବିବାର ) ଦିନ ରାତିରେ ଏହି ଘଟଣାର ମାଷ୍ଟର ମାଇଣ୍ଡ ନିଆଳି ଥାନା ଅନ୍ତର୍ଗତ ସୁଆଲୋ ଗ୍ରାମର ସନ୍ତୋଷ ପାତ୍ର ଓ ଗ୍ୟାସ ଏଜେନ୍ସିରେ କାମ କରୁଥିବା ସରୋଜ ମଲ୍ଲିକକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ସହିତ ବ୍ୟବହୃତ ହୋଇଥିବା ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନ ଜବତ କରିବାରେ ସକ୍ଷମ ହୋଇଥିଲା । ଏହି ଘଟଣାର ଅନ୍ୟଜଣେ ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ ହୋଇଛି । ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଆଜି ବି ଚଢ଼ାଉ ଜାରି ରଖିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details