ଓଡିଶା

odisha

ETV Bharat / state

ପାରାଦ୍ବୀପରେ ପୋଲିସ-ଟ୍ରକ ମାଲିକ ସଂଘ ମୁହାଁମୁହିଁ, 2 ଗିରଫ

ପାରାଦ୍ବୀପରେ ପୋଲିସ ଓ ଟ୍ରକ ମାଲିକ ସଂଘ ମଧ୍ୟରେ ଉତ୍ତେଜେନା ପରିସ୍ଥିତି ଉପୁଜିଛି । ପାରାଦ୍ୱୀପ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ । ଅଧିକ ପଢନ୍ତୁ

ପାରାଦ୍ବୀପରେ ପୋଲିସ-ଟ୍ରକ ମାଲିକ ସଂଘ ମୁହାଁମୁହିଁ
face off between truck owners association and police

By

Published : Mar 5, 2023, 9:49 AM IST

face off between truck owners association and police

ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ପୋଲିସ ଓ ଟ୍ରକ ମାଲିକ ସଂଘ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଅନ୍ୟାୟ ପ୍ରତିବାଦ କଲେ ପୋଲିସ ଦବଙ୍ଗଗିରି ଦେଖାଉଥିବା ଅଭିଯୋଗ ହୋଇଛି । ମିଥ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ପାରାଦ୍ବୀପ ପୋଲିସର ଏପରି ଭୂମିକାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଖବରଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ପ୍ରାୟ 35 କିଲୋମିଟର ଦୂରରୁ ଆଇରନ ବୋଝେଇ ଟ୍ରକ ଲାଇନରେ ରହିଛି । ଶୁକ୍ରବାର କିଛି ଟ୍ରକକୁ ପୋଲିସ ଧାଡିରୁ ବାହାର କରି ରାସ୍ତାର ଡାହାଣ ପଟରେ ଛାଡି ଦେଇଥିଲା । ଏହି ଖବର ପାଇ ପାରାଦ୍ବୀପ ଟ୍ରକ ମାଲିକ ସଂଘର ଉପସଭାପତି ପ୍ରଦୀପ ଗାହାଣ ଓ ଟ୍ରକ ମାଲିକ ପ୍ରମୋଦ ପ୍ରତିହାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ କାର୍ଯ୍ୟରତ ଏଏସଆଇ ଅଶୋକ କୁମାର ମହାନ୍ତିଙ୍କୁ ଏ ସମ୍ପର୍କରେ ପଚାରି ଥିଲେ । ତେବେ ପୋଲିସ ଅଧିକାରୀ ଜଣଙ୍କ ଉଭୟଙ୍କୁ ମାଡ଼ ମାରିବା ସହିତ ଥାନାରେ ଅଟକ ରଖିଥିଲେ । ଶନିବାର ସକାଳୁ ସକାଳୁ ଉଭୟଙ୍କୁ କୋର୍ଟ ଚାଲାଣ କରି ଦେଇଥିଲା ପାରାଦ୍ବୀପ ଆଦର୍ଶ ଥାନା ପୋଲିସ । ଏହି ଘଟଣା ପ୍ରଘଟ ହେବାପରେ ଶତାଧିକ ଟ୍ରକ ମାଲିକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ପୋଲିସ ବିନା ଦୋଷରେ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ ଧାରଣାରେ ବସିଥିବା ଲୋକ।

ଏହା ବି ପଢନ୍ତୁ...Tirtol MLA-Somalika Controversy: ମୁଖ୍ୟମନ୍ତ୍ରୀଙ୍କୁ ସୋମାଲିକାଙ୍କ ପ୍ରଶ୍ନ, ମୁଁ କଣ ମହିଳା ନୁହେଁ ?

ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି ଯେ, ''ପାରାଦ୍ବୀପ ପୋଲିସ ଲୁହାଗୁଣ୍ଡ ବୋଝେଇ ଟ୍ରକ ଠାରୁ ଟଙ୍କା ଆଦାୟ କରି ସେମାନଙ୍କୁ ଧାଡିରୁ ବାହାର କରି ଆଗୁଆ ପଠାଇ ଦିଆଯାଉଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ଦୀର୍ଘ 35 କିଲୋମିଟର ବ୍ୟାପି ଲମ୍ବା ଲାଇନରେ ଟ୍ରକ ଗୁଡିକ ଲୁହାଗୁଣ୍ଡ ଅନଲୋଡ଼ କରିବା ପାଇଁ ଅପେକ୍ଷା କରିଥିବା ବେଳେ ପୋଲିସ ଟଙ୍କା ନେଇ ଟ୍ରକଗୁଡିକୁ ବାଇପାସ ରାସ୍ତାରେ ଛାଡି ଦେଉଛନ୍ତି ।

ଲାଇନରେ ଥିବା କିଛି ଟ୍ରକ ମଧ୍ୟ ପୋଲିସକୁ ଟଙ୍କା ଦେଇ ପାରାଦ୍ବୀପ ଡାହାଣ ପଟ ରାସ୍ତାରେ ଛାଡି ଦିଆଯାଉଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହ ଛୋଟ ଗାଡି ଗୁଡିକ ଦୁଘଟଣାଗ୍ରସ୍ତ ହେଉଛନ୍ତି। ଏହି ଘଟଣା ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।''

ଗତକାଲି (ଶନିବାର) ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ପ୍ରତିବାଦ କରାଯିବାରୁ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଏହାକୁ ବିରୋଧ କରି ଟ୍ରକ ମାଲିକଙ୍କ ସମେତ ସାଧାରଣ ଲୋକେ ରାସ୍ତା ଅବରୋଧ କରିବା ସହ ଆଦର୍ଶ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଉତ୍ତେଜନା ବଢିବାରୁ ପାରାଦ୍ବୀପ ଆଦର୍ଶ ଥାନା ପକ୍ଷରୁ ପୋଲିସ ଫୋର୍ସ ଲଗାଇ ଆନ୍ଦୋଳନକାରୀଙ୍କୁ ହଟାଇ ଦିଆଯାଇଥିଲା । ପୋଲିସ କହିଛି ଯେ ଉଭୟ ପୋଲିସକୁ ଦୁର୍ବ୍ୟବହାର କରିବା ସହ ଗାଳି ଗୁଳଜ କରିଥିଲେ । ମାତ୍ର ଏହାକୁ ପାରାଦ୍ବୀପ ଟ୍ରକ ମାଲିକ ସଂଘ ଖଣ୍ଡନ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details