ଓଡିଶା

odisha

ETV Bharat / state

ଲୋକ କବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ 120 ତମ ଜୟନ୍ତୀ ପାଳିତ - ଲୋକ କବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକ କବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ 120 ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି । 1900 ମସିହାରେ ଜଗତସିଂହପୁର ସଦର ପଳାସୋଳ ଗ୍ରାମରେ ଜନ୍ମିତ ବାଳକୃଷ୍ଣ ମହାନ୍ତି ଓଡ଼ିଆ ସାହିତ୍ୟକୁ ବେଶ ରୁଦ୍ଧିମନ୍ତ କରିଛନ୍ତି ।

ଲୋକ କବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ 120 ତମ ଜୟନ୍ତୀ ପାଳିତ
ଲୋକ କବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ 120 ତମ ଜୟନ୍ତୀ ପାଳିତ

By

Published : Feb 5, 2021, 9:44 AM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକ କବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ 120 ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି । 1900 ମସିହାରେ ଜଗତସିଂହପୁର ସଦର ପଳାସୋଳ ଗ୍ରାମରେ ଜନ୍ମିତ ବାଳକୃଷ୍ଣ ମହାନ୍ତି ଓଡ଼ିଆ ସାହିତ୍ୟକୁ ବେଶ ରୁଦ୍ଧିମନ୍ତ କରିଛନ୍ତି । ତାଙ୍କ ଦ୍ବାରା ଲିଖିତ ଗୀତିନାଟ୍ୟ, ମହିସା ମର୍ଦ୍ଧିନି, ବାଣା ପରାଜୟ, ଶ୍ରୀଗଣେଶ, ସୁଶୀଳ ମାଳତୀ ପ୍ରଭୁତି ବେଶ ଲୋକ ପ୍ରିୟତା ଲାଭ କରିଛି ।

ଲୋକ କବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ 120 ତମ ଜୟନ୍ତୀ ପାଳିତ

ଏହି ଅବସରରେ ଲୋକ କବିଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସ୍ମୃତି ଚାରଣ କରାଯାଇଥିଲା । ଅତୀତରେ ସମଗ୍ର ଓଡ଼ିଶାରେ ନାଟ୍ୟାଚାର୍ଯ୍ୟଙ୍କ ବିଭିନ୍ନ ଗୀତିନାଟ୍ୟ ବେଶ ଲୋକାଦୃତ ହୋଇ ପାରିଥିଲା । ଆକାଶବାଣୀ ଓ ଦୂର ଦର୍ଶନରେ ପ୍ରସାରିତ ଗୀତିନାଟ୍ୟ ଆଜିବି ସ୍ରୋତାଙ୍କ ମାନସ ପଟରେ ରହି ଆସିଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ, ବିଶିଷ୍ଟ ସାହିତ୍ୟିକ ଇ ପ୍ରଭାକର ସ୍ବାଇଁ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଗୀତିନାଟ୍ୟ ସୁଶୀଳ ମାଳତୀ ମଞ୍ଚସ୍ତ ହୋଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details