ଜଗତସିଂହପୁର: 74 ତମ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ମୋଦି ଓଡିଆ ପୁଅ ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ଉତ୍ସାହିତ ଥିବାବେଳେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖ କୁଦର ସିଲୁ ନାୟକ ଏନେଇ ‘ଇଟିଭି ଭାରତ’କୁ ଧନ୍ୟବାଦ ଜଣାଇଛନ୍ତି ।
ସିଲୁ ନାୟକ ମହାଗୁରୁ ବାଟାଲିୟାନ ପ୍ରତିଷ୍ଠା କରି ସ୍ଥାନୀୟ ଯୁବକମାନଙ୍କୁ ସେନା ବାହୀନିର ପ୍ରଶିକ୍ଷଣ ଦେଇ ଆସୁଥିଲେ। ଏହି ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା। ଯାହାକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲୁଙ୍କୁ ପ୍ରଶଂସା କରିଥିଲେ ।