ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ଯୁକ୍ତ2 ଇ-ଆଡିମିଶନ । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଉତ୍ସାହ ଦେଖାଦେଇଛି । ଚଳିତ ବର୍ଷ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ମୋଟେ 12ହଜାର 476ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 6 ହଜାର 498ଜଣ ଛାତ୍ରୀ ରହିଛନ୍ତି ।
ଜଗତସିଂହପୁର ଆଜିଠୁ +2 ଇ-ଆଡିମିଶନ ଆରମ୍ଭ - students
ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ଯୁକ୍ତ2 ଇ-ଆଡିମିଶନ ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ଜଗସିଂହପୁର
ଶୁକ୍ରବାର ଯୁକ୍ତ 2 ଇ-ଆଡିମିଶନ ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲାରେ ଇ-ଆଡିମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ମୋଟ 6 ପ୍ରତିଶତ ଛାତ୍ରଛାତ୍ରୀ ଆଡିମିଶନ ହୋଇଥିବା ଜଣାପଡିଛି । ଶୁକ୍ରବାର ଠାରୁ ବିଭିନ୍ନ ସାଇବର କ୍ୟାଫେରେ ପିଲା ଓ ଅଭିଭାବକମାନଙ୍କର ଗହଳି ଦେଖିବାକୁ ମିଳୁଛି ।
ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ