ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଲୋକ ଅଦାଲତ, 22 ମାମଲାର ହେଲା ବିଚାର - ଲୋକ ଅଦାଲତ

ଜିଲ୍ଲା କୋର୍ଟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଛି ଏକ କ୍ଷୁଦ୍ର ଲୋକ ଅଦାଲତ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଦୁର୍ଘଟଣାଜନିତ ମାମଲାର ବିଚାର କରାଯାଇଥିଲା ।

jagatsinghpur latest news, people's court in jagatsinghpur, people's court, jagatsinghpur legal service authority, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁରରେ ଲୋକ ଅଦାଲତ, ଲୋକ ଅଦାଲତ, ଜଗତସିଂହପୁର ଆଇନ ସେବା ପ୍ରାଧିକରଣ
ଜଗତସିଂହପୁରରେ ଲୋକ ଅଦାଲତ, 22 ମାମଲାର ହେଲା ବିଚାର

By

Published : Jul 10, 2020, 6:35 PM IST

ଜଗତସିଂହପୁର: ଜିଲ୍ଲା କୋର୍ଟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଛି ଏକ କ୍ଷୁଦ୍ର ଲୋକ ଅଦାଲତ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଦୁର୍ଘଟଣାଜନିତ ମାମଲାର ବିଚାର କରାଯାଇଥିଲା । ଜିଲ୍ଲା ଜଜ୍‌ ଜଷ୍ଟିସ ମାଧବଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲା ଜଜ୍‌ ଇତିଶ୍ରୀ ମାଳବିକା ଭୂୟାଁ ଏଥିରେ ସାମିଲ ହୋଇ 22ଟି ମାମଲାର ବିଚାର କରି 97,80,000 ଆଦାୟ କରିବା ସହ ମାମଲାର ସମାଧାନ କରାଯାଇଥିଲା ।

ଆୟୋଜିତ ଏହି ଅଦାଲତରେ ନିକଟରେ ଆଖି ବୁଜିଥିବା ଧୀରଜ ନାୟକଙ୍କ ମାମଲାର ବିଚାର କରାଯାଇ କ୍ଷତିପୂରଣ ବାବଦରେ ରିଲାଏନ୍ସ ଜେନେରାଲ ବୀମା କମ୍ପାନୀକୁ 7 ଲକ୍ଷ 90 ହଜାର ଟଙ୍କା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ମୁତାବକ ମୃତକଙ୍କ ପତ୍ନୀ ତୁଳସୀଙ୍କୁ କୋର୍ଟ ପରିସରରେ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

ଜଗତସିହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details