ଓଡିଶା

odisha

ETV Bharat / state

ମାଗଣା ଗ୍ୟାସ ପାଇଁ ମାନୁନାହାନ୍ତି ଲକଡାଉନ ନିୟମ - lockdown rules

ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଳରେ ସାମାଜିକ ଦୁରତା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଲୋକେ । ମାଗଣା ଉଜ୍ଜ୍ବଳା ଗ୍ୟାସ ପାଇଁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଳରେ ଲୋକେ ମାନୁନାହାନ୍ତି ଲକଡାଉନ ନିୟମ । ଅଧିକ ପଢନ୍ତୁ..

ମାଗଣା ଗ୍ୟାସ ପାଇଁ ଲୋକେ ମାନୁନାହାନ୍ତି ଲକଡାଉନ ନିୟମ
ମାଗଣା ଗ୍ୟାସ ପାଇଁ ଲୋକେ ମାନୁନାହାନ୍ତି ଲକଡାଉନ ନିୟମ

By

Published : Apr 17, 2020, 8:22 PM IST

ଜଗତସିଂହପୁର: କୋରୋନା ସଂକ୍ରମଣକୁ ନେଇ ଆତଙ୍କିତ ସାରା । ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି ଲକଡାଉନ । ଓଡିଶା ସରକାରଙ୍କ ପକ୍ଷରୁ ମଧ୍ୟ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ବେଳେ ଘରୁ ନ ବାହାରିବାକୁ ଲୋକମାନଙ୍କୁ ଦିଆଯାଇଛି ପରାମର୍ଶ । ବାରମ୍ବାର ସାମାଜିକ ଦୂରତା ବଜାୟ ରଖିବାକୁ ଆହ୍ବାନ ଦିଆଯାଉଛି । ହେଲେ ସରକାରୀ କଟକଣାକୁ ମାନୁନାହାଁନ୍ତି ଲୋକେ । ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଳରେ ସାମାଜିକ ଦୁରତା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ସରକାରଙ୍କ ଉଜ୍ଜ୍ବଳା ଗ୍ୟାସ ମାଗଣାରେ ପାଇବା ପାଇଁ ଗ୍ୟାସ କାଉଣ୍ଟରରେ ଜମାଉଛନ୍ତି ଭିଡ ।

ମାଗଣା ଗ୍ୟାସ ପାଇଁ ଲୋକେ ମାନୁନାହାନ୍ତି ଲକଡାଉନ ନିୟମ

ଗ୍ୟାସ ବିତରଣକାରୀ ଓ ଉପଭୋକ୍ତା ଖୋଲାଖୋଲି ଭାବେ ସରକାରଙ୍କ ଲକଡାଉନ ନିୟମ ଉଲଘଂନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ । ଏଠାରେ ଥିବା ସାଇ ଏଚପି ଗ୍ରାମୀଣ ଗ୍ୟାସ ବିତରଣ ସଂସ୍ଥା କାଉଣ୍ଟର ଆଗରେ ଉଜ୍ଜ୍ବଳା ଗ୍ୟାସ ନେବାପାଇଁ ଲୋକଙ୍କ ଭିଡ ଲାଗିଥିଲା । ଏକକାଳୀନ ଏକାଧିକ ଲୋକ କାଉଣ୍ଟର ଆଗରେ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ନିଘା ନାହିଁ କି ପୋଲିସ ପ୍ରଶାସନ ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନାହାନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details