ଓଡିଶା

odisha

ETV Bharat / state

ପାରାଦୀପରେ ବୁଲୁଛି ବାଘ, ଆତଙ୍କିତ ଲୋକେ - ପାରାଦ୍ଵୀପ ବାଘ

ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ବୁଲୁଛି ବାଘ। ଏଭଳି ଏକ ଭିଡିଓ ଭାଇରାଲ ହେଉଥିବା ବେଳେ, ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଅଧିକ ପଞନ୍ତୁ...

ବାଘକୁ ନେଇ ଆତଙ୍କ, ଆଶଙ୍କାରେ ସ୍ଥାନୀୟ ଲୋକେ
ବାଘକୁ ନେଇ ଆତଙ୍କ, ଆଶଙ୍କାରେ ସ୍ଥାନୀୟ ଲୋକେ

By

Published : Sep 2, 2021, 5:16 PM IST

Updated : Sep 2, 2021, 5:23 PM IST

ପାରାଦୀପ: ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ବୁଲୁଛି ବାଘ। ଏଭଳି ଏକ ଭିଡିଓ ଭାଇରାଲ ହେଉଥିବା ବେଳେ, ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁନାହିଁ ଏହା ବାଘ ନା ବଡ ଭୁଆଁ ବିଲେଇ।

ବାଘକୁ ନେଇ ଆତଙ୍କ, ଆଶଙ୍କାରେ ସ୍ଥାନୀୟ ଲୋକେ

ଗତ ଦୁଇବର୍ଷ ତଳେ ଏହିଭଳି ଏକ ବିଲେଇର ଗଲ୍ଫ କୋର୍ସ ରାସ୍ତାରେ ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲା। ଏହାର ଆକାରକୁ ନେଇ ପ୍ରଥମେ ଏହାକୁ ସମସ୍ତେ ବାଘ ବୋଲି କହୁଥିବା ବେଳେ ତାହାକୁ ଏକ ବଣ ଭୁଆଁ ବିଲେଇ ବୋଲି ବନବିଭାଗ ସ୍ପଷ୍ଟ କରିଥିଲା। ପାରାଦ୍ଵୀପର ଗଲ୍ଫ କୋର୍ସ ଓ ବନ୍ଦର ନିଷିଦ୍ଧାଞ୍ଚଳରେ ଘଞ୍ଚ ଜଙ୍ଗଲିଆ ସ୍ଥାନ ରହିଥିବାରୁ ଏବେବି ଏଠାରେ ପ୍ରଚୁର ବିଲୁଆ ଥିବାବେଳେ ପୂର୍ବରୁ ହେଟାବାଘ ମଧ୍ୟ ଦେଖାଯାଇଥାନ୍ତି। ମାତ୍ର ସିସିଟିଭି ଫୁଟେଜରେ ଦେଖାଯାଉଥିବା ଜନ୍ତୁଟି ବହୁତ ବଡ଼ ଓ ଲମ୍ବା ଦେଖା ଯାଉଥିବାରୁ ଲୋକମାନେ ଏହାକୁ ଚିତାବାଘ ବୋଲି ଅନୁମାନ କରୁଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Sep 2, 2021, 5:23 PM IST

ABOUT THE AUTHOR

...view details