ଓଡିଶା

odisha

ETV Bharat / state

‘ଫନି’ ଲ୍ୟାଣ୍ଡ ଫଲ୍ କରିବା ପୂର୍ବରୁ ଆଗୁଆ ବଣ୍ଟା ହେଲା ପିଡିଏସ ସାମଗ୍ରୀ - fanny

ନିର୍ଦ୍ଧାରିତ ସମୟ ପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ବଣ୍ଟନ କରାଯାଇଛି ପିଡିଏସ ସାମଗ୍ରୀ । ସମ୍ଭାବ୍ୟ ବାତ୍ୟକୁ ଆଖିରେ ରଖି ୨୪ଘଣ୍ଟା ମଧ୍ୟରେ ସମସ୍ତ ପିଡିଏସ ସାମଗ୍ରୀକୁ ଲୋକଙ୍କୁ ବାଣ୍ଟି ବାକୁ ଯୋଗାଣ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : May 2, 2019, 12:00 AM IST

ଜଗତସିଂହପୁର: ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଫନିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ଜିଲ୍ଲା ପ୍ରଶାସନ । ଏପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଣ୍ଟନ କରାଯାଇଛି ପିଡିଏସ ସାମଗ୍ରୀ । ସମ୍ଭାବ୍ୟ ବାତ୍ୟକୁ ଆଖିରେ ରଖି ୨୪ଘଣ୍ଟା ମଧ୍ୟରେ ସମସ୍ତ ପିଡିଏସ ସାମଗ୍ରୀକୁ ଲୋକଙ୍କୁ ବାଣ୍ଟି ଦେବାକୁ ଯୋଗାଣ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏ ନେଇ ସମସ୍ତ ବିଡିଓଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର, ରଘୁନାଥପୁର, ବିରିଡି, ତିର୍ତୋଲ, ନାଉଗାଁ ,ବାଲିକୁଦା ଓ ଏରସମା ବ୍ଲକ୍‌ର ସମସ୍ତ ହିତାଧିକାରୀଙ୍କୁ ପିଡିଏସ ସାମଗ୍ରୀ ବଣ୍ଟା ଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details