ଜଗତସିଂହପୁର :ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି (ଶୁକ୍ରବାର) 50 ଟି ପାଟ୍ରୋଲିଂ ମଟର ସାଇକେଲକୁ ଲୋକାର୍ପିତ କରାଯାଇଛି । ଜଗତସିଂହପୁର ସହରରେ ଏଥର ଏକାଥରକେ 50 ମଟର ସାଇକେଲ ପାଟ୍ରୋଲିଂ ପାଇଁ ଘୁରି ବୁଲିବ ।
ଅପରାଧରେ ଲାଗିବ ରୋକ, ସହରରେ ଚକର କାଟିବ 50 ପାଟ୍ରୋଲିଂ ବାଇକ - ଜଗତସିଂହପୁର ଖବର
ଜଗତସିଂହପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି(ଶୁକ୍ରବାର) 50 ଟି ପାଟ୍ରୋଲିଂ ମଟର ସାଇକେଲକୁ ଲୋକାର୍ପିତ କରାଯାଇଛି। ଜଗତସିଂହପୁର ସହରରେ ଏଥର ଏକାଥରକେ 50 ମଟର ସାଇକେଲ ପାଟ୍ରୋଲିଂ ପାଇଁ ଘୁରି ବୁଲିବ। ଅଧିକ ପଢନ୍ତୁ
ଅପରାଧରେ ଲାଗିବ ରୋକ;ସହରରେ ଚକର କାଟିବ 50 ପାଟ୍ରୋଲିଂ ବାଇକ
ସହରରେ ଶାନ୍ତି ଶୃଙ୍ଖଳିତ ରକ୍ଷା ଦିଗରେ ଏହା ସହାୟକ ହେବ । ସହରକୁ ଅପରାଧ ମୁକ୍ତ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଆଜି(ଶୁକ୍ରବାର) ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ବର ସିଂ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ 50 ଜଣ ପୋଲିସ କର୍ମଚାରୀଙ୍କୁ 50ଟି ବାଇକ ପ୍ରଦାନ କରାଯାଇଛି । ଏହା ସହରରେ ଅପରାଧ ନିୟନ୍ତ୍ରଣ ଦିଗରେ ସହାୟକ ହେବ ବୋଲି କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ