ଜଗତସିଂହପୁର: ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ । ଭୁଲ ସାଲାଇନ ଯୋଗୁଁ ୧୫ରୁ ଉର୍ଦ୍ଧ୍ବ ରୋଗୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ସାଲାଇନ ଲାଗିବା ଯୋଗୁଁ ରୋଗୀଙ୍କ ଶରୀର ଥରିବାକୁ ନେଇ ରୋଗୀ ଭୟଭୀତ । ଏପରି ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାଇରିଆ ୱାର୍ଡରେ ଥିବା ରୋଗୀ । ଆଜି(ସୋମବାର) ସନ୍ଧ୍ୟାରେ ଡାଏରିଆ ୱାର୍ଡରେ ରୋଗୀମାନଙ୍କୁ ସାଲାଇନ ଦେବାର କିଛି ସମୟ ପରେ ରୋଗୀ ମାନଙ୍କ ଶରୀରର ଥରିବାକୁ ଲାଗିଥିଲା । ଏପରିକି କେତେକଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ସାଲାଇନ ନେଇ ରୋଗୀ ଅସୁସ୍ଥ ! ADMOଙ୍କ ଅସ୍ୱୀକାର - ଜଗତସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ
ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ । ଭୁଲ ସାଲାଇନ ଯୋଗୁଁ ୧୫ରୁ ଉର୍ଦ୍ଧ୍ବ ରୋଗୀ ଅସୁସ୍ଥ । ସାଲାଇନ ଲାଗିବା ଯୋଗୁଁ ରୋଗୀଙ୍କ ଶରୀର ଥରିବାକୁ ନେଇ ରୋଗୀ ଭୟଭୀତ । ଅଧିକ ପଢନ୍ତୁ
ସାଲାଇନ ନେଇ ରୋଗୀ ଅସୁସ୍ଥ, ADMOଙ୍କ ଅସିକ୍ୱାର
ଭୁଲ ସାଲାଇନ ଦେବା ଯୋଗୁଁ ୧୫ରୁ ଉର୍ଦ୍ଧ୍ବ ରୋଗୀ ଅସୁସ୍ଥ ଅଭିଯୋଗ କରିଛନ୍ତି । ଡାଏରିଆ ୱାର୍ଡରେ ରୋଗୀ ଆତଙ୍କିତ ହେବା ପରେ କେଉଁ କାରଣରୁ ଏପରି ହୋଇଛି ତା’ର କାରଣ ଅସ୍ପଷ୍ଟ ରହିଛି । ଏସମ୍ପର୍କରେ ଆମେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଅଜୟ କୁମାର ସ୍ୱାଇଁଙ୍କୁ ଯୋଗାଯୋଗ କରିଥିଲ । ସେ ଏ ସମ୍ପର୍କରେ କହିଛନ୍ତି ଯେ, ‘‘ଏ ରୋଗୀଙ୍କୁ ସାଲାଇନ ଦେଲାପରେ ଥରିବା ଏକ ସାଧାରଣ କଥା, ଏଥିରେ କୌଣସି ପ୍ରକାର ଅସୁବିଧା ନାହିଁ, ସମସ୍ତ ରୋଗୀ ସୁସ୍ଥ ଥିବା ସେ ପ୍ରକାଶ କରିଛନ୍ତି ।’’
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ