ଓଡିଶା

odisha

ETV Bharat / state

କାର୍ଗୋ ପରିବହନ କ୍ଷେତ୍ରରେ ପାରାଦ୍ୱୀପ ବନ୍ଦରର ରେକର୍ଡ - ଜଗତସିଂହପୁର ଖବର

ପାରାଦ୍ବୀପ ବନ୍ଦର କାର୍ଗୋ ହ୍ୟାଣ୍ଡଲିଂ ବା ପଣ୍ୟ କାରବାରରେ ରେକର୍ଡ କରିଥିବା ନେଇ ତଥ୍ଯ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Paradip Port first for cargo
ପାରାଦ୍ୱୀପ ବନ୍ଦରର ରେକର୍ଡ

By

Published : Jan 23, 2023, 6:46 PM IST

ଜଗତସିଂହପୁର : କାର୍ଗୋ ପରିବହନ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଛି ପାରାଦ୍ୱୀପ ବନ୍ଦର । ପାରାଦ୍ୱୀପ ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ୬,୬୦ ୦୯୪ ମେଟ୍ରିକ ଟନ ପ୍ରତ୍ୟେକ ଦିନ ପରିବହନ କରାଯାଇଛି । ଯାହା ଦେଶରେ ଏକ ବିରଳ ରେକର୍ଡ । ଏହାକୁ ନେଇ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନାଦ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ପାରାଦ୍ୱୀପ ବନ୍ଦର ଚଳିତ ଆର୍ଥିକ ବର୍ଷରେ ୧୩୦ ମିଲିୟନ ମେଟ୍ରିକ ଟନ କାର୍ଗୋ ପରିଚାଳନା ପାଇଁ ଲକ୍ଷ୍ୟ ରଖିଥିବା ବନ୍ଦର ଅଧ୍ୟକ୍ଷ କହିଛନ୍ତି।

ଏହି ଲକ୍ଷ୍ୟ ପୂରଣ ହେଲେ ପାରାଦ୍ୱୀପ ବନ୍ଦର ବିଶ୍ୱସ୍ତରୀୟ ବନ୍ଦର ଭାବେ ମାନ୍ୟତା ପାଇପାରିବ। ଚଳିତ ମାସ ୨୨ତାରିଖ ସୁଦ୍ଧା ପାରାଦ୍ୱୀପ ବନ୍ଦର ୧୫୬,୯୨ ମିଲିୟନ ମେଟ୍ରିକ ଟନ କାର୍ଗ ପରିଚାଳନା କରିପାରିଛି । ଯାହା ପୂର୍ବ ଆର୍ଥିକ ବର୍ଷର 17.6 ପ୍ରତିଶତ ଅଭିବୃଦ୍ଧି ବୋଲି ଜଣାପଡ଼ିଛି । ପାରାଦ୍ୱୀପ ବନ୍ଦର ସଫଳତା ହାସଲ ଦିଗରେ ଆଗକୁ ବଢ଼ିବାର ଦେଖିବାକୁ ମିଳୁଛି । କେବଳ ଗତ ୨୦୨୧ ମାର୍ଚ୍ଚ ମାସରେ ୧୧.୫ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ କରିପାରିଥିଲା ପାରାଦ୍ଵୀପ ବନ୍ଦର । ଗତ ଆର୍ଥିକ ବର୍ଷରେ ୬୮୦ କୋଟି ଟଙ୍କା ଲାଭମଧ୍ୟ କରିଥିଲା ।

ଜଗତସିଂହପୁର ଜିଲ୍ଲାର ଏହି ପାରାଦ୍ୱୀପ ବନ୍ଦର ପୂର୍ବ ଭାରତର ଏକ ବୃହତ ବନ୍ଦର ଭାବେ ଉଭା ହୋଇଛି । କାର୍ଗୋ ପରିବହନଠାରୁ ଆରମ୍ଭ କରି ତୈଳ ଓ ବାଣିଜ୍ୟିକ ଅଭିବୃଦ୍ଧିର ମାଧ୍ୟମ ପାଲଟିଛି । ଏହି ପାରାଦ୍ୱୀପ ବନ୍ଦର ଦିନକୁ ଦିନ ସଫଳତାର ଶୀର୍ଷକୁ ଅଗ୍ରସର ହେଉଥିବା ବେଳେ କୋଲକାତାର ହଳଦିଆ ବନ୍ଦର ଓ ଚେନ୍ନାଇର ମାଡ୍ରାସ ବନ୍ଦରଠାରୁ ଅଧିକ ପରିବହନ କରୁଥିବା ସୂଚନା ମିଳିଛି। ନିକଟରେ ପଣ୍ୟ କାରବାରରେ ମଧ୍ୟ ରେକର୍ଡ ସୃଷ୍ଟି କରିଛି ପାରାଦ୍ଵୀପ ବନ୍ଦର । ଗତବର୍ଷ ଶହେ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିବା ପାଇଁ ୩୨୪ ଦିନ ଲାଗିଥିଲା । ଚଳିତବର୍ଷ ସେତିକି ପଣ୍ୟ କାରବାର ପାଇଁ ୨୮୨ ଦିନ ଲାଗିଛି ।

ଏହାମଧ୍ୟ ପଢ଼ନ୍ତୁ. ଟ୍ରଲିବ୍ୟାଗରୁ ମୃତଦେହ ମିଳିବା ଘଟଣା, ପତ୍ନୀ ସମେତ 3 ଗିରଫ

ଯାହାକି ୪୦ଦିନ ପୂର୍ବରୁ ଶହେ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ରେକର୍ଡ କରିଛି ପାରାଦୀପ ବନ୍ଦର । ପୂର୍ବରୁ ପଣ୍ୟ କାରବାର କ୍ଷେତ୍ରରେ ଶହେ ମିଲିୟନ୍ ମେଟ୍ରିକ ଟନ୍ ହୋଇଥିଲା । ତଥାପି ଚଳିତ ବର୍ଷର ରେକର୍ଡ ବହୁ ପୂର୍ବରୁ ପାରାଦ୍ବୀପ ବନ୍ଦର କରିପାରିଛି । ତେବେ ୨୦୨୨/୨୩ ବର୍ଷ ଶେଷ ସୁଦ୍ଧା ୧୩୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଲକ୍ଷ୍ୟ ରଖିଥିବା ବେଳେ ଏହି ରେକର୍ଡକୁ ନେଇ ବନ୍ଦରର ସମସ୍ତ ଅଧିକାରୀ, ସମସ୍ତ ଟିମ୍, କର୍ମଚାରୀ, ରପ୍ତାନୀ ଓ ଆମଦାନୀକାରୀ, ଷ୍ଟିଭେଡର୍, କଷ୍ଟମ, ରେଲୱେ ଓ ରାଜ୍ୟ ସରକାରଙ୍କ ସମେତ ସମସ୍ତଙ୍କୁ ପାରାଦୀପ ବନ୍ଦର ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details