ପାରାଦ୍ବୀପ: ପାରାଦ୍ୱୀପ ବନ୍ଦରର ବିରଳ ରେକର୍ଡ । ନିର୍ଦ୍ଧାରିତ ସମୟର ପୂର୍ବରୁ ୧୦୦.୨୮ ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ କରି ୧୫୦ ମିଲିୟନ୍ ଟନ୍ ଟାର୍ଗେଟ ଅଭିମୁଖେ ଅଗ୍ରସର ହୋଇଛି ପାରାଦ୍ୱୀପ ବନ୍ଦର । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର ଯଥେଷ୍ଟ ଅବ୍ୟବହିତ ପୂର୍ବରୁ ପାରାଦ୍ୱୀପ ବନ୍ଦର ପୁଣି ଥରେ ୧୦୦ ମିଲିୟନ୍ ଟନ୍ ପଣ୍ୟ କାରବାର କରି ବନ୍ଦର ଇତିହାସରେ ପୁଣି ଏକ ବିରଳ ରେକର୍ଡ ସୃଷ୍ଟି କରିଛି ।
ଗତ ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରୁ ଅର୍ଥାତ୍ ୨୦୨୩ ମସିହା ଜାନୁଆରୀ ମାସ ୯ ତାରିଖରେ ବନ୍ଦରରେ ପଣ୍ୟ କାରବାର ୧୦୦ ମିଲିୟନ୍ ପାର୍ କରିଥିଲା । ଏଥର ଗତ ଦିନର ୨୨ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ମାସ ୧୮ ତାରିଖରେ ଏହି ରେକର୍ଡ ପାର୍ କରିଛି । ଯାହାକି ଗତ ବର୍ଷ ବନ୍ଦରରେ ୧୦୦ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାରକୁ ମାତ୍ର ୨୮୪ ଦିନ ସମୟ ଲାଗିଥିଲା । ହେଲେ ଚଳିତବର୍ଷ ୧୦୦ ମିଲିୟନ୍ ଟନ୍ କାର ବାର ମାତ୍ର ୨୬୨ ଦିନରେ ପାର୍ କରିପାରିଛି । ନିର୍ଦ୍ଧାରିତ ସମୟ ସୀମାରେ ପ୍ରାୟ ୧୫୦ ମିଲିୟନ୍ ମେଟ୍ରିକ୍ ଟନ୍ କାର୍ଗୋ ହ୍ୟାଣ୍ଡେଲ୍ କରିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ବନ୍ଦରମାନଙ୍କ ମଧ୍ୟରେ ପାରାଦ୍ୱୀପ ବନ୍ଦର ଏକମାତ୍ର ବନ୍ଦର ଭାବରେ ଯିଏ କି ଏହି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି ।