ଜଗତସିଂହପୁର:ପାରାଦୀପ ବନ୍ଦରରେ ଶ୍ରମିକଙ୍କୁ ସଠିକ ପାରିଶ୍ରମିକ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛି ବନ୍ଦରରେ କାର୍ଯ୍ୟରତ ବିଭିନ୍ନ ଶ୍ରମିକ ସଂଗଠନ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦରମା ଓ ଆନୁସଙ୍ଗିକ ଭତ୍ତା ଦେଉନଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଶ୍ରମିକଙ୍କ ପାଇଁ ଆବଶ୍ୟକ ସୁରକ୍ଷା ଉପକରଣ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରୁନାହାଁନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ।
ଅସୁରିକ୍ଷିତ ଭାବରେ ବନ୍ଦରରେ କାର୍ଯ୍ୟ କରୁଛନ୍ତି ଶ୍ରମିକ । ଏହାସହ ବନ୍ଦରରେ ଯଦି କୌଣସି ଶ୍ରମିକ ଦୁର୍ଘଟଣାର ଶିକାର ହେଉଛନ୍ତି ତେବେ ସେମାନଙ୍କୁ ଉଚିତ ଚିକିତ୍ସା ସୁବିଧା ବନ୍ଦର କର୍ତ୍ତୃପକ୍ଷ ଦେଉନଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଭାରତୀୟ ବନ୍ଦର ମଜଦୁର ସଂଘ ପକ୍ଷରୁ ବନ୍ଦର କତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।