ଓଡିଶା

odisha

ETV Bharat / state

ବଦଳିଲା ପାରାଦୀପ ପୋର୍ଟର ନାଁ, ଜାଣନ୍ତୁ କାରଣ - ବଦଳିଲା ପାରାଦୀପ ପୋର୍ଟର ନାମ କରଣ

ବଦଳିଯାଇଛି ପାରାଦୀପ ବନ୍ଦରର ନାମ l ପାରାଦୀପ ପୋର୍ଟ ଟ୍ରଷ୍ଟ ବଦଳରେ ପାରାଦୀପ ବନ୍ଦରର ନାମ ହୋଇଛି ପାରାଦୀପ ପୋର୍ଟ ଅଥରିଟି l ଯାହାକୁ ନେଇ ଆଜି ପାରାଦୀପ ଜୟଦେବ ଭବନରେ ପାରାଦୀପ ବନ୍ଦର ତରଫରୁ ବିସ୍ତୃତ ସୂଚନା ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ପିଏଲ ହରାନାଦ l ଅଧିକ ପଢନ୍ତୁ

ବଦଳିଲା ପାରାଦୀପ ପୋର୍ଟର ନାଁ : ଜାଣନ୍ତୁ କାରଣ
ବଦଳିଲା ପାରାଦୀପ ପୋର୍ଟର ନାଁ : ଜାଣନ୍ତୁ କାରଣ

By

Published : Apr 2, 2022, 6:24 AM IST

ଜଗତସିଂହପୁର : ବଦଳିଯାଇଛି ପାରାଦୀପ ବନ୍ଦରର ନାମ l ପାରାଦୀପ ପୋର୍ଟ ଟ୍ରଷ୍ଟ ବଦଳରେ ପାରାଦୀପ ବନ୍ଦରର ନାମ ହୋଇଛି ପାରାଦୀପ ପୋର୍ଟ ଅଥରିଟି l ଯାହାକୁ ନେଇ ଆଜି ପାରାଦୀପ ଜୟଦେବ ଭବନରେ ପାରାଦୀପ ବନ୍ଦର ତରଫରୁ ବିସ୍ତୃତ ସୂଚନା ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ପିଏଲ ହରାନାଦ l ଆଜିର ଦିନରେ ପାରାଦୀପ ବନ୍ଦର ସର୍ବଭାରତୀୟ ସ୍ତରରେ ପଣ୍ୟ କାରବାରରେ ସର୍ବାଧିକ ରେକର୍ଡ ହାସଲ କରିବା ସହିତ ଆଗାମୀ ଦିନରେ ବନ୍ଦର ଉନ୍ନତିକରଣରେ ଅନେକ ଯୋଜନା ମାନ କାର୍ଯ୍ୟକାରୀ ହେବାକୁ ଯାଉଛି l

ବଦଳିଲା ପାରାଦୀପ ପୋର୍ଟର ନାଁ : ଜାଣନ୍ତୁ କାରଣ

ଯାହାକୁ ନେଇ ପାରାଦୀପ ବନ୍ଦର ତରଫରୁ ଏକ ପ୍ରେସମିଟ ମାଧ୍ୟମରେ ବନ୍ଦର ଅଧ୍ୟକ୍ଷ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି l ଚଳିତ ମାର୍ଚ୍ଚ ମାସରେ ସର୍ବଭାରତୀୟ ସ୍ତରରେ ରହିଥିବା ଅନ୍ତର୍ଜାତୀୟ ବନ୍ଦର ଗୁଡିକ ମଧ୍ୟରେ ପାରାଦୀପ ବନ୍ଦର କାରଗୋ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି l ଯାହାକୁ ନେଇ ପାରାଦୀପ ବନ୍ଦର ତରଫରୁ ଅଧ୍ୟକ୍ଷ ପିଏଲ ହରାନାଦ ପାରାଦୀପ ବନ୍ଦରରେ କାର୍ଯ୍ୟରତ ସମସ୍ତ ଶ୍ରମିକ, ଅଧିକାରୀ ଓ ସମସ୍ତ ବ୍ୟବସାୟିକ ସଂସ୍ଥାର ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି l ଏଥିସହିତ ଆଗାମୀ ଦିନରେ ପାରାଦୀପ ବନ୍ଦର ର ଉନ୍ନତିକରଣ ପାଇଁ ନଦୀଭିତ୍ତିକ ବନ୍ଦର ସହିତ ଅନେକ ପ୍ରକଳ୍ପ ମାନ ସ୍ଥାନିତ ହେବାକୁ ଯାଉଛି l ଯାହା ଫଳରେ ଆଗାମୀ ଦିନରେ ପାରାଦୀପ ବନ୍ଦର ଅନ୍ତର୍ଜାତୀୟ ସ୍ତର ରେ ଏକ ସର୍ବବୃହତ ବନ୍ଦର ଭାବରେ ମାନ୍ୟତା ପାଇବାକୁ ନେଇ ବନ୍ଦର ଅଧ୍ୟକ୍ଷ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି l

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ABOUT THE AUTHOR

...view details