ଜଗତସିଂହପୁର: କଥା ଦେଇ କଥା ରଖିଲେ ନାହିଁ ବିଧାୟକ । ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ବର୍ଷିଲେ ଗ୍ରାମବାସୀ । ବିଧାୟକଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ପାରାଦ୍ବୀପ ଉପକଣ୍ଠ ହାଣ୍ଡିଆ ଗ୍ରାମବାସୀ (villagers disappointed on MLA ) । ଗାଁରେ ଘଣ୍ଟ ବାଡେଇ ଗ୍ରାମଦେବତୀ ମା' ରାମଚଣ୍ଡୀ ପୀଠରେ ଏକାଠି ହେବା ସହିତ ଆର୍ସଏଲ ମିତଲ ନିଷ୍ପନ ଷ୍ଟିଲ କମ୍ପାନୀକୁ ବିରୋଧ କରିବା ସହ ପାରାଦ୍ୱୀପ ବିଧାୟକଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଗ୍ରାମବାସୀ ମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ''ପାରାଦ୍ବୀପ ଉପକଣ୍ଠ ହାଣ୍ଡିଆ ଗ୍ରାମରେ କମ୍ପାନୀ ନିର୍ମାଣ ପାଇଁ 400 ଶହ ପରିବାର ବିସ୍ଥାପିତ ହୋଇଛନ୍ତି । ବିସ୍ଥାପନ ସମୟରେ କମ୍ପାନୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରିନାହିଁ । ଏ ସମ୍ପର୍କରେ ଗ୍ରାମବାସୀ ମାନେ ବିରୋଧ କରିବା ସହ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ । ବିଧାୟକ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲି କିନ୍ତୁ ତାହା କଲେନାହିଁ। ପ୍ରତିଶ୍ରୁତି ପାଣିର ଗାର ହୋଇଛି । କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ପାଚେରୀ ନିର୍ମାଣ କରୁଛି। ଏହାକୁ ସଂଟିପି ଭାବେ ଗ୍ରାମବାସୀ ବିରୋଧ କରୁଥିବା କହିଛନ୍ତି। 400 ଶହ ବିସ୍ଥାପିତ ପରିବାରଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହାଣ୍ଡିଆ ଗ୍ରାମବାସୀ ପ୍ରକାଶ କରିଛନ୍ତି ।''
ଏହି ବି ପଢନ୍ତୁ...ଶିଳ୍ପ ପାଇଁ ବିସ୍ଥାପିତ ହେବେ ୭ଶହ ପରିବାର, ଉଚ୍ଛେଦ ପୂର୍ବରୁ ପକ୍କାଘର ଦାବି