ଓଡିଶା

odisha

ETV Bharat / state

ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦର ପ୍ରଥମ

ପାରାଦ୍ବୀପ ବନ୍ଦର କାର୍ଗୋ ହ୍ୟାଣ୍ଡଲିଂ ବା ପଣ୍ୟ କାରବାରରେ ରେକର୍ଡ କରିଥିବା ନେଇ ତଥ୍ଯ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ପାରାଦ୍ୱୀପ ବନ୍ଦର ପଣ୍ୟ କାରବାରରେ ପ୍ରଥମ
ପାରାଦ୍ୱୀପ ବନ୍ଦର ପଣ୍ୟ କାରବାରରେ ପ୍ରଥମ

By

Published : Apr 1, 2021, 6:45 PM IST

ପାରାଦ୍ଵୀପ: କୋଭିଡ 19 କଟକଣା ଓ ଅମ୍ଫାନ ସତ୍ତ୍ୱେ ପାରାଦ୍ଵୀପ ବନ୍ଦର କାର୍ଗୋ ହ୍ୟାଣ୍ଡଲିଂ(ପଣ୍ୟ କାରବାର)ରେ ରେକର୍ଡ କରିଛି । ଚଳିତ ୨୦୨୦/୨୧ ଆର୍ଥିକ ବର୍ଷରେ ପାରାଦ୍ଵୀପ ବନ୍ଦର ୧୧୪.୫୫ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିବାରେ ସଫଳ ସୋଇଛି । ଗତ ୨୦୧୭/୧୮ ଆର୍ଥିକ ବର୍ଷରେ ୧୦୨.୦୧ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ରେକର୍ଡ କରି ଥିବାବେଳେ, ୨୦୧୮/୧୯ ଆର୍ଥିକ ବର୍ଷରେ ୧୦୯.୨୭ ଓ ୨୦୧୯/୨୦ ଆର୍ଥିକ ବର୍ଷରେ ୧୧୨.୬୯ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଥିଲା ପାରାଦ୍ଵୀପ ବନ୍ଦର ।

ପାରାଦ୍ୱୀପ ବନ୍ଦର ପଣ୍ୟ କାରବାରରେ ପ୍ରଥମ

ଏଥି ସହିତ ଚଳିତ ବର୍ଷ ଅନ୍ୟ ମେଜର ପୋର୍ଟକୁ ପଛରେ ପକାଇ ସବୁଠାରୁ ଅଧିକ ବ୍ଲକ କାର୍ଗୋ ହ୍ୟାଣ୍ଡଲିଂ କରିବା ସହିତ ସବୁଠୁ ଅଧିକ ରେଲୱେ ଲୋଡିଂ କରିଛି ପାରାଦ୍ଵୀପ ବନ୍ଦର । କେବଳ ମାର୍ଚ୍ଚ ମାସରେ ୧୧.୫ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ କରିଛି ପାରାଦ୍ଵୀପ ବନ୍ଦର । ଗତ ଆର୍ଥିକ ବର୍ଷରେ ୬୮୦ କୋଟି ଟଙ୍କା ଲାଭ କରି ଥିବାବେଳେ, ଚଳିତ ବର୍ଷ ୭୪୦ କୋଟି ଟଙ୍କା ଲାଭ କରିଛି ପାରାଦ୍ଵୀପ ବନ୍ଦର । ପାରାଦ୍ଵୀପ ବନ୍ଦରର ଏଭଳି ନିୟମିତ ରେକର୍ଡର ଶ୍ରେୟ ବନ୍ଦରର କର୍ମଚାରୀ, ବନ୍ଦର ବ୍ୟବହାରକାରୀ ସଂସ୍ଥା, ଓଡ଼ିଶା ରାଜ୍ୟ ସରକାର ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟକୁ ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ବିନିତ କୁମାର । ଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ, ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରହ୍ଲାଦ ପଣ୍ଡା, କ୍ୟାପଟେନ ଅତୁଲ୍ୟ ମହାପାତ୍ର, ଟ୍ରାଫିକ ମ୍ୟାନେଜର ଏସକେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details