ଓଡିଶା

odisha

ETV Bharat / state

ପୋସ୍କୋ ଚର୍ଚ୍ଚିତ ଢିଙ୍କିଆରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ - ଜଗତସିଂହପୁର

ପୋସ୍କୋ ଆନ୍ଦୋଳନ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ 2007ରୁ 2019 ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ବାତିଲ ହୋଇଥିଲା । ଦୀର୍ଘବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ କିଶୋର ପରିଡା ବିଜୟୀ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Jul 3, 2019, 7:58 PM IST

Updated : Jul 3, 2019, 9:50 PM IST

ଜଗତସିଂହପୁର: ଏରସମା ବ୍ଲକ ଢିଙ୍କିଆ ଗ୍ରାମପଞ୍ଚାୟତ ନିମନ୍ତେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ କିଶୋର ପରିଡା ବିଜୟୀ ହୋଇଛନ୍ତି । ଏହି ଗ୍ରାମପଞ୍ଚାୟତର ସରପଞ୍ଚ ଓ ୨୩ଟି ଓ୍ବାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଦଳର 7 ଜଣ ସରପଞ୍ଚ ପ୍ରାର୍ଥୀ ଓ 43 ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଥିଲେ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ପୋସ୍କୋ ବିରୋଧୀ ଆନ୍ଦୋଳନ ପାଇଁ ଢିଙ୍କିଆ ଗ୍ରାମପଞ୍ଚାୟତ ବେଶ ଚର୍ଚ୍ଚାରେ ରହିଥିଲା । ପୋସ୍କୋ ବିବାଦ ପାଇଁ ଉତ୍ତେଜନା ସୃଷ୍ଟି ହେବାରୁ ୨୦୦୭ ମସିହାର ନିର୍ବାଚନକୁ ପ୍ରଶାସନ ଅସିଦ୍ଧ ଘୋଷଣା କରିଥିଲା । ତେବେ ୨୦୦୯ ମସିହାରେ ନିର୍ବାଚନ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ଏହା ପରଠାରୁ 2019 ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ହୋଇପାରି ନଥିଲା । ପରିସ୍ଥିତିରେ ସୁଧାର ଆସିବା ପରେ ଚଳିତ ବର୍ଷ ନିର୍ବାଚନ କରାଯାଇଛି ।

ପୂର୍ବରୁ ପୋସ୍କୋ ଆନ୍ଦୋଳନ ଯୋଗୁଁ ଏଠାରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ପାରିନାହିଁ । ନିର୍ବାଚିତ ପ୍ରତିନିଧି ପଞ୍ଚାୟତର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ଲୋକେ ଆଶା ପ୍ରକଟ କରିଛନ୍ତି । ଏହି ପଞ୍ଚାୟତରେ 7,150 ଭୋଟର ରହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Jul 3, 2019, 9:50 PM IST

ABOUT THE AUTHOR

...view details