ଓଡିଶା

odisha

ETV Bharat / state

ଭଗବାନଙ୍କୁ ଛାଡିଲେନି ଚୋର, ଜଗତସିଂହପୁର ସୋମନାଥ ମନ୍ଦିରରୁ ଲୁଟ୍‌ - ଜଗତସିଂହପୁର ସହରର ଇଷ୍ଟଦେବ ସୋମନାଥ ମନ୍ଦିରରେ ଲୁଟ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତଥା ପ୍ରସିଦ୍ଧ ଶୈବପୀଠ ମୁଚୁକୁନ୍ଦ ସୋମନାଥ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜଗତସିଂହପୁର ସହରର ଇଷ୍ଟଦେବ ସୋମନାଥ ମନ୍ଦିରରେ ଲୁଟ
ଜଗତସିଂହପୁର ସହରର ଇଷ୍ଟଦେବ ସୋମନାଥ ମନ୍ଦିରରେ ଲୁଟ

By

Published : Feb 27, 2022, 4:14 PM IST

ଜଗତସିଂହପୁର: ସହରର ପ୍ରସିଦ୍ଧ ଶୈବପୀଠ ମୁଚୁକୁନ୍ଦ ସୋମନାଥ ମନ୍ଦିରରୁ ଗତକାଲି(ଶନିବାର) ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । ମନ୍ଦିର ସେବକ ପ୍ରଭାକର ନାୟକଙ୍କ ଅଭିଯୋଗ ଅନୁଯାୟୀ, ଭୋର ୪ଟା ସମୟରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ନିମନ୍ତେ ଆସିବା ସମୟରେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଥିବା ଦେଖିବା ସହ ମନ୍ଦିରରୁ ଚୋରି ହୋଇଥିବାର ଖବର ଦେଇଥିଲେ ।

ଜଗତସିଂହପୁର ସହରର ଇଷ୍ଟଦେବ ସୋମନାଥ ମନ୍ଦିରରେ ଲୁଟ

ଏନେଇ ମନ୍ଦିରର ପୂଜକ ସଙ୍ଗେସଙ୍ଗେ ଜଗତସିଂହପୁର ସଦର ଥାନାରେ ଜଣାଇଥିଲେ । ତେବେ ମନ୍ଦିର ହୁଣ୍ଡିରୁ ପାଖାପାଖି ୨୦/୨୫ ହଜାର ଟଙ୍କା, ସୁନା ଏବଂ ରୁପାର ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମନ୍ଦିରରୁ ଚୋରି ହୋଇଥିବାକୁ ନେଇ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details