ଓଡିଶା

odisha

By

Published : Nov 29, 2020, 4:33 PM IST

Updated : Nov 30, 2020, 11:17 AM IST

ETV Bharat / state

ପାରାଦ୍ବୀପ-ହାଇଦ୍ରାବାଦ ପାଇପଲାଇନ ବିଛାଇବାକୁ ବିରୋଧ, ଘଟଣାସ୍ଥଳରେ ଉତ୍ତେଜନା

ପାରାଦୀପ-ହାଇଦ୍ରାବାଦ ତୈଳ ପ୍ରକଳ୍ପ ପାଇଁ ବିଛାଯାଉଥିବା ପାଇପ ଲାଇନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ବିରୋଧ । ପଢନ୍ତୁ ଅଧିକ.....

ପାରାଦ୍ବୀପ-ହାଇଦ୍ରାବାଦ ପାଇପଲାଇନ ବିଛାଇବାକୁ ବିରୋଧ,  ଘଟଣାସ୍ଥଳେରେ ଉତ୍ତେଜନା
ପାରାଦ୍ବୀପ-ହାଇଦ୍ରାବାଦ ପାଇପଲାଇନ ବିଛାଇବାକୁ ବିରୋଧ, ଘଟଣାସ୍ଥଳେରେ ଉତ୍ତେଜନା

ଜଗତସିଂହପୁର: ପାରାଦୀପ-ହାଇଦ୍ରାବାଦ ତୈଳ ପ୍ରକଳ୍ପ ପାଇଁ ବିଛାଯାଉଥିବା ପାଇପ ଲାଇନକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସହର ଉପକଣ୍ଠ ଢ଼ିଙ୍କିଆ ପଞ୍ଚାୟତରେ ପାଇପଲାଇନ ବିଛାଇବାକୁ ବିରୋଧ କରି ଆନ୍ଦୋଳନ କରାଯାଇଛି । ପଞ୍ଚାୟତର ମାହାଳ ଗୋଚର ଜମିରେ ସ୍ଥାନୀୟ ଲୋକଙ୍କ ଅଗୋଚରରେ ପାଇପଲାଇନ ବିଛାଇବାକୁ ଗତ ମାସକ ତଳେ ବିରୋଧ କରାଯାଇଥିବା ଯୋଗୁ କିଛି ଦିନ ଧରି କାମ ବନ୍ଦ ରହିବା ପରେ ପୁଣି ଠିକାଦାର ଲୁଚିଛପି ପାଇପଲାଇନ ବିଛାଉଥିବା ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ପାରାଦ୍ବୀପ-ହାଇଦ୍ରାବାଦ ପାଇପଲାଇନ ବିଛାଇବାକୁ ବିରୋଧ, ଘଟଣାସ୍ଥଳେରେ ଉତ୍ତେଜନା

ଆଜି କାମ ଚାଲୁଥିବା ବେଳେ ଢ଼ିଙ୍କିଆ, ମାହାଳ ଓ ତ୍ରିଲୋଚନପୁର ଗ୍ରାମର ଶତାଧିକ ପୁରୁଷ ମହିଳା ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିବା ସହ ବିକ୍ଷୋଭ କରିଥିଲେ । ଉତ୍ତେଜନାକୁ ଦେଖି ସମ୍ପୃକ୍ତ କମ୍ପାନୀ ପାଇପଲାଇନ ବିଛାଇବାରେ ବ୍ୟବହୃତ ପୋକଲିନ, ଟ୍ରାକ୍ଟର ଓ ଅନ୍ୟ ଯନ୍ତ୍ରାଂଶକୁ ଠିକାଦାର ସେଠାରୁ ହଟାଇ ନେଇଛନ୍ତି ।

ଲୋକଙ୍କ ପ୍ରବଳ ବିରୋଧ କରିଥିବା ବେଳେ ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଓ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଆଇଓସିଏଲ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ନକରି ଜୋରଜବରଦସ୍ତ ପାଇପଲାଇନ ବିଛାଇବାକୁ ଉଦ୍ୟମ କରୁଥିବା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

Last Updated : Nov 30, 2020, 11:17 AM IST

ABOUT THE AUTHOR

...view details