ଜଗତସିଂହପୁର: ଜିଲ୍ଲାର ବହୁ ଚର୍ଚ୍ଚିତ ଢିଙ୍କିଆ ଗ୍ରାମ ପଞ୍ଚାୟତର ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ବିବାଦ ଜୋର ଧରଛି । ଆଜି(ବୁଧବାର) ଜିଲ୍ଲାପାଳ ଡାକିଥିବା ବୈଠକକୁ ତିନି ପଞ୍ଚାୟତର ସମସ୍ତ ଜନ ପ୍ରତିନିଧି ବର୍ଜନ କରିବାକୁ ନିଷ୍ପତ୍ତି ନେବା ସହିତ ଏହାର ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
JSW ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ଗଡ଼ କୁଜଙ୍ଗ, ନୂଆଗାଁ, ଗୋବିନ୍ଦପୁର, ମହାଳ ଓ ପାଟଣା ଗ୍ରାମର ଲୋକେ JSWକୁ ଅନେକାଂଶରେ ସମର୍ଥନ କରୁ ଥିବାବେଳେ ଜିନ୍ଦଲ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ଥ ହେବାକୁ ଥିବା ଢ଼ିଙ୍କିଆ, ଚାରିଦେଶ, ନୂଆ ଗାଁ ଓ ଗଡ଼ କୁଜଙ୍ଗ ଅଞ୍ଚଳରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଛି । ଗତକାଲି(ମଙ୍ଗଳବାର) ପ୍ରତ୍ୟେକ ଗାଁର ମୁରବୀମାନେ ବସି ଜିଲ୍ଲାପାଳ ଡାକିଥିବା ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।