ଓଡିଶା

odisha

ETV Bharat / state

ଖୁଲମଖୁଲା ଚାଲିଛି ବାଲି ଚୋରା ଚାଲାଣ, ନୀରବ ପ୍ରଶାସନ - ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌

ଲକଡାଉନ ସମୟରେ ସାଧାରଣ ଜୀବନ ଯାତ୍ରା ଠପ ହୋଇ ପଡିଥିବା ବେଳେ ସମୟର ସୁଯୋଗ ନେଇ ଜିଲ୍ଲାର ବିଭିନ୍ନ ବାଲି ଘାଟରୁ ଚାଲିଛି ବାଲି ଚୋରା ଚାଲାଣ । ଦିନ ଦ୍ବିପ୍ରହର ଓ ରାତି ଅଧରେ ଶହ ଶହ ଟ୍ରକ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।

illegal sand chalan in jagatsinghpur, illegal sand chalan, jagatsinghpur latest news, sand chalan from debi river, ଜଗତସିଂହପୁରରେ ବାଲି ଚୋରା ଚାଲାଣ, ବାଲି ଚୋରା ଚାଲାଣ, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଦେବୀ ନଦୀରୁ ବାଲି ଚାଲାଣ
ଖୋଲାଖୋଲି ଚାଲିଛି ବାଲି ଚୋରା ଚାଲାଣ, ନୀରବ ପ୍ରଶାସନ

By

Published : May 2, 2020, 8:32 PM IST

ଜଗତସିଂହପୁର: ଲକଡାଉନ ସମୟରେ ସାଧାରଣ ଜୀବନ ଯାତ୍ରା ଠପ ହୋଇ ପଡିଥିବା ବେଳେ ସମୟର ସୁଯୋଗ ନେଇ ଜିଲ୍ଲାର ବିଭିନ୍ନ ବାଲି ଘାଟରୁ ଚାଲିଛି ବାଲି ଚୋରା ଚାଲାଣ । ଦିନ ଦ୍ବିପ୍ରହର ଓ ରାତି ଅଧରେ ଶହ ଶହ ଟ୍ରକ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ବାଲି ମାଫିଆମାନଙ୍କର ଖୋଲାଖୋଲି ଆଇନ ଉଲ୍ଲଂଘନ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି ।

ଖୋଲାଖୋଲି ଚାଲିଛି ବାଲି ଚୋରା ଚାଲାଣ, ନୀରବ ପ୍ରଶାସନ

ଜିଲ୍ଲାର ପ୍ରମୁଖ ନଦୀ ଦେବୀ ନଦୀର ଆଳିପିଙ୍ଗଳ ବାଲି ଘାଟରେ ଗତ ମାର୍ଚ୍ଚ ମାସଠାରୁ ନିଲାମର ଅବଧି ସରି ଯାଇଥିଲେ ବି ଆଜି ଯାଏଁ ଚାଲିଛି ବାଲି ଚୋରା ଚାଲାଣ । ଉଭୟ ଆଳିପିଙ୍ଗଳ ଘାଟ ଓ କଟକ ଜଗତସିଂହପୁର ସୀମା କେତକେଶ୍ବର ବାଲି ଘାଟରୁ ଚୋରି ହେଉଛି ବାଲି । ଯାହା ଫଳରେ ଆଳିପିଙ୍ଗଳ ଓ କଟକ ଜିଲ୍ଲା ନିଆଳି ତହସିଲର ସାଇଲ ପଞ୍ଚାୟତ ପ୍ରତି ସୃଷ୍ଟି ହୋଇଛି ବିପଦ । ଏଥିପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ କଟକ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଉ ଥିଲେ ବି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ସେ ଅଭିଯୋଗ କରିଛନ୍ତି। ଦିନ ରାତି ନଦୀ ଗର୍ଭରେ ଜେସିବି ଲଗାଇ ପ୍ରଶାସନର ବିନା ଅନୁମତିରେ ଶହ ଶହ ଟ୍ରିପ ବାଲି ଚୋର ଚାଲାଣ ହେଉଥିଲେ ବି ପ୍ରଶାସନ ପାଖରେ କିପରି ଖବର ପହଞ୍ଚି ପାରୁନାହିଁ ଏହାକୁ ନେଇ ସାଧାରଣରେରେ ଉଠିଛି ପ୍ରଶ୍ନ। କେତେକ ଅସାଧୁ ସରକାରୀ ଅଧିକାରୀ ଓ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଏଭଳି କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details