ଓଡିଶା

odisha

ETV Bharat / state

ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା, ଘଟଣାସ୍ଥଳରେ ଜଣେ ମୃତ - ପାରାଦ୍ବୀପ ସଡ଼କ ଦୁର୍ଘଟଣା ଜଣେ ମୃତ

ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ପୁଣିଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ପାରାଦ୍ବୀପରେ । ଦୁର୍ଘଟଣାରେ ଜଣେ ମୃତ । ଅଧିକ ପଢ଼ନ୍ତୁ

ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା
ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା

By ETV Bharat Odisha Team

Published : Sep 19, 2023, 6:53 AM IST

ପାରାଦ୍ବୀପ: ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା। ଗାଡ଼ିଚାଳକଙ୍କ ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା ପାଇଁ ଅକାଳରେ ଜୀବନ ହାନୀ ହେବା ସହ ଅନେକ ଜନ ଜୀବନ ନଷ୍ଟ ହେଉଛି । ପୁଣିଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ପାରାଦ୍ବୀପରେ । ଯେଉଁଠାରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ପାରାଦ୍ବୀପ ନେହେରୁ ବଙ୍ଗଳା ଅଞ୍ଚଳର ଗଣେଶ ଲେଙ୍କା (୪୪ବର୍ଷ) ପାରାଦ୍ବୀପ ବନ୍ଦରର ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ଆଜି ସେ ଇଏସ୍ଆଇ ମେଡିକାଲକୁ ସ୍କୁଟିରେ ଯାଉଥିବା ସମୟରେ ନେହେରୁ ବଙ୍ଗଳାରୁ ତୀବ୍ର ଗତିରେ ଆସୁଥିବା ଏକ ହାଇଓ୍ବା ତାଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଗଣେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦୀର୍ଘ ସମୟ ଧରି ନେହେରୁ ବଙ୍ଗଳା ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ । ଖବର ପାଇ ପାରାଦ୍ବୀପ ମେରାଇନ୍ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାକୁ ନେଇ ଏବେବି ଉତ୍ତେଜନା ଲାଗି ରହିଥିବା ବେଳେ ଏହି ନେହେରୁ ବଙ୍ଗଳା ରାସ୍ତାରେ ବିଭିନ୍ନ କମ୍ପାନୀର ଗାଡ଼ି ମୋଟର ଓ ଭାରିଜାନ ଚାଲୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..Rajasthan Accident: ରାସ୍ତାକଡରେ ଛିଡା ହୋଇଥିବା ବସ୍‌କୁ ଧକ୍କା ଦେଲା ଟ୍ରକ, ୧୧ ମୃତ

ପୂର୍ବରୁ ପାରାଦ୍ବୀପ ବନ୍ଦରର ନିଷେଧାଞ୍ଚଳରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଏକ ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ 2ଜଣ ଆହତ ହୋଇଥିଲେ । ସୂଚନା ଅନୁସାରେ, ପାରାଦ୍ବୀପ ବନ୍ଦରର ନିଷେଦ୍ଧାଞ୍ଚଳ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଟ୍ରାକରେ ଯାଉଥିବା ବେଳେ ବୋଲେରୋ ମଧ୍ୟ ଟ୍ରାକ ଅତିକ୍ରମ କରୁଥିଲା । କୌଣସି କାରଣ ବସତଃ ବୋଲେରୋଟି ଟ୍ରାକରେ ଅଟକି ଯାଇଥିଲା । ଫଳରେ ଟ୍ରେନଟି ବୋଲେରକୁ ଧକ୍କା ଦେଇଥିଲା । ତେେବେ ଟ୍ରନର ଗତି ମନ୍ଥର ଥିବାରୁ ବୋଲେରୋକୁ ପାଖାପାଖି 30ମିଟର ଘୋଷାଡ଼ି ନେଇଥିଲା। ସେପଟେ ବୋଲେରୋରେ ବସିଥିବା ବନ୍ଦର କର୍ମଚାରୀଙ୍କ ମଧ୍ୟରୁ 2 ଜଣ ଗୁରୁତର ଆହତ ହୋଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ...Rairangpur Road accident: ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ବାପ ଓ ଝିଅ

ତେବେ ପାରାଦ୍ବୀପ ବନ୍ଦର ନିଷେଧାଞ୍ଚଳ ମଧ୍ୟରେ କୌଣସି ଫାଟକ କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ପୂର୍ବରୁ ନିଷେଧାଞ୍ଚଳରେ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇଥିବା ବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା ।


ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details