ଓଡିଶା

odisha

ETV Bharat / state

ମୋବାଇଲ ଫାଟି ଶ୍ରମିକଙ୍କ ମୃତ୍ୟୁ - ଅଠରବାଙ୍କୀରେ ମୋବାଇଲ ଫାଟି ଜଣେ ମୃତ

ଜଗତସିଂହପୁର ପାରାଦୀପରେ ମୋବାଇଲ ଫାଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ନୟାଗଡ ଜିଲ୍ଲା ଅନ୍ତର୍ଗତ ଲେମ୍ବୁ ଗାଁ ପଞ୍ଚାୟତର କୁନା ପ୍ରଧାନ ବୋଲି ଜଣାପଡିଛି ।

ମୋବାଇଲ ଫାଟି ଶ୍ରମିକ ମୃତ

By

Published : Nov 11, 2019, 11:19 AM IST

Updated : Nov 11, 2019, 11:56 AM IST

ଜଗତସିଂହପୁର: ଜିଲ୍ଲା ପାରାଦୀପରେ ମୋବାଇଲ ଫାଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା ଜିଲ୍ଲା ପାରଦୀପ ସହରର ଅଠରବାଙ୍କୀ ଅଞ୍ଚଳରେ ।

ମୋବାଇଲ ଫାଟି ଶ୍ରମିକ ମୃତ

ପୋଲିସ ସୁତ୍ରରୁ ପ୍ରକାଶ ଯେ, ନୟାଗଡ ଜିଲ୍ଲା ଅନ୍ତର୍ଗତ ଲେମ୍ବୁ ଗାଁ ପଞ୍ଚାୟତର କୁନା ପ୍ରଧାନ ନାମକ ଜଣେ ଶ୍ରମିକ ଅଠରବାଙ୍କୀ ଅଞ୍ଚଳରେ ରହୁଥିଲେ । ରବିବାର ବିଳମ୍ବିତ ରାତ୍ରିରେ ମୋବାଇଲରେ ଭିଡିଓ ଦେଖୁଥିବା ସମୟରେ ମୋବାଇଲ ଟି ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ କୁନା ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା ।

ଘଟଣା ସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ବିସ୍ଫୋରଣ ହୋଇଥିବା ମୋବାଇଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Nov 11, 2019, 11:56 AM IST

ABOUT THE AUTHOR

...view details