ଓଡିଶା

odisha

ETV Bharat / state

ରଜରେ ବୁଲିବାକୁ ଆସିଥିବା ଝିଅର ଚାଲିଗଲା ଜୀବନ, 4 ଗୁରୁତର - ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

ବାପଘରକୁ ରଜ ବୁଲିବାକୁ ଅସିଥିଲା ଝିଅ । ହେଲେ ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ। ଝିଅକୁ ବଞ୍ଚେଇବାକୁ ଯାଇ ପରିବାର 4 ଗୁରୁତର । ଅଧିକ ପଢ଼ନ୍ତୁ

ବାପଘରକୁ ରଜ ବୁଲିବାକୁ ଅସିଥିଲା ଝିଅ
ବାପଘରକୁ ରଜ ବୁଲିବାକୁ ଅସିଥିଲା ଝିଅ

By

Published : Jun 12, 2023, 6:19 PM IST

ଜଗତସିଂହପୁର: ରଜ ପାଇଁ ବାପଘରକୁ ଆସିଥିଲା ଝିଅ । ହେଲେ ଜଗି ବସିଥିଲା ମରଣ । ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ । କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ ଆଘାତରେ 4ଜଣ ଗୁରୁତର ହେବା ସହିତ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଛି । ମୃତ ମହିଳାଙ୍କର ବର୍ଷେ ତଳେ ବିବାହ ହୋଇଥିବା ବେଳେ ତାଙ୍କର 2ମାସର ଏକ ସନ୍ତାନ ରହିଛି । ଆହତଙ୍କ ମଧ୍ୟରେ ମୃତ ମହିଳାଙ୍କ ଭାଇର ଶରୀର 80 ଭାଗ ପୋଡି ଯାଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି 4 ଜଣ ବ୍ୟକ୍ତି ଗୁରୁତର ହେବା ସହିତ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଗୁରୁତରମାନଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଅରମ୍ଭ କରିଛି ।

କୁଜଙ୍ଗ ପୋଲିସର କହିବା ଅନୁଯାୟୀ, ବାଲିସାହି ଗ୍ରାମର 32 ବର୍ଷୀୟ ରାନୁ ବେହେରା ଆଜି ଦିନ ସାଢେ ଗୋଟାଏ ସମୟରେ ଗଡ଼ିଆରେ ଗାଧୋଇ ସାରି ଘରକୁ ଫେରିଥିଲା । ପ୍ରବଳ ଗରମ ହେଉଥିବାରୁ ସେହି ଓଦା ଲୁଗାରେ ଫ୍ୟାନ୍‌ ସୁଇଚ୍‌ ମାରିବା ପରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଚିତ୍କାର କରିବାରୁ ତାଙ୍କୁ ବଞ୍ଚାଇବା ପାଇଁ ଆସିଥିବା ରାନୁଙ୍କ ଦାଦାଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା । ଉଭୟଙ୍କୁ ବଞ୍ଚେଇବା ପାଇଁ ରାନୁଙ୍କ ଭାଇ, ଜେଜେ ଓ ଜେଜେ ମାଆ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ରାନୁଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ରାନୁଙ୍କ ଭାଇର ଶରୀର 80 ଭାଗ ପୋଡି ଯାଇଥିଲା । ଚିତ୍କାର ଶୁଣି ପଡୋଶୀ ଦୌଡ ଆସି ଏକ ପ୍ଲାଷ୍ଟିକ ବାଡ଼ିରେ 5ଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ଗ୍ରାମବାସୀ। ତେବେ ଡାକ୍ତର ରନୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ 4ଜଣଙ୍କୁ କଟକ ପଠାଇଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ମୃତକ ରାନୁ ବେହେରା ଗତ ରବିବାର ଦିନ ଶାଶୁ ଘରୁ ବାପ ଘରକୁ ରଜ ବୁଲିବା ପାଇଁ ଆସିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details