ଓଡିଶା

odisha

ETV Bharat / state

ଇଷ୍ଟଦେବୀ ମାଆ ଶାରଳାଙ୍କ ମନ୍ଦିରକୁ ସରକାରଙ୍କ ଏକ କୋଟିର ଅନୁଦାନ - ଇଷ୍ଟଦେବୀ ମାଆ ଶାରଳା

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିରକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକକୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଆଜି ସୂଚନା ଦେଇଛି। ଅଧିକ ଖବର ପଢନ୍ତୁ...

ଇଷ୍ଟଦେବୀ ମାଆ ଶାରଳାଙ୍କ ମନ୍ଦିରକୁ ସରକାରଙ୍କ ଏକ କୋଟିର ଅନୁଦାନ
ଇଷ୍ଟଦେବୀ ମାଆ ଶାରଳାଙ୍କ ମନ୍ଦିରକୁ ସରକାରଙ୍କ ଏକ କୋଟିର ଅନୁଦାନ

By

Published : Aug 15, 2020, 9:42 PM IST

ଜଗତସିଂହପୁର: ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିରକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକକୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଆଜି ସୂଚନା ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ରାଶି ଘୋଷଣା କରାଯାଇଥିଲା ।

ତେବେ ଏହା ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ଝଙ୍କଡସ୍ଥିତ ମାଆ ଶାରଳାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ବାବଦରେ ରାଜ୍ୟ ସରକାର 1 କୋଟିର ଅନୁଦାନ ରାଶି ଦେବାକୁ ଘୋଷଣା କରିଥିଲେ। ଆଜି ତାକୁ ପ୍ରଦାନ କରିଛନ୍ତି। ଯାହାକୁ ନେଇ ସେବାୟତ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ଇଷ୍ଟଦେବୀ ମାଆ ଶାରଳାଙ୍କ ମନ୍ଦିରକୁ ସରକାରଙ୍କ ଏକ କୋଟିର ଅନୁଦାନ

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଅର୍ଥରେ ମାଆଙ୍କ ବେଢାର ବିକାଶ ହେବା ସହ ମନ୍ଦିର ସମ୍ମୁଖରେ ଥିବା ଆଦିକବି ଶାରଳା ଦାସଙ୍କ ସ୍ମୃତିପୀଠର ନବୀକରଣ କରାଯିବ। ତେବେ ମହାପ୍ରଭୁ ବଳଭଦ୍ରଙ୍କ ଦାରୁ ମିଳିଥିବା ସ୍ଥାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବାକୁ ଯୋଜନା ରହିଥିବା ଜଣାପଡିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details