ଜଗତସିଂହପୁର: ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଫୁଲବେଲାରୀ ଗାଁରେ ଅଘଟଣ । ଗୋରୁ ଚରାଇ ଯାଇଥିବାବେଳେ ବଜ୍ରାଘାତରେ ମୃତ୍ୟୁ ।
ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ
ଜଗତସିଂହପୁରରେ ବଜ୍ରାଘାତ ଯୋଗୁଁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଗୋରୁ ଚରାଇବା ପାଇଁ ଯାଇଥିବାବେଳେ ହୋଇଥିଲେ ବଜ୍ରାଘାତର ଶିକାର । ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ
ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ
ସୂଚନା ମୁତାବକ ଫୁଲବେଲାରୀ ଗାଁର ମାଗୁ ଖଣ୍ଡୁଆଳ ଗୋରୁ ଚରାଇବା ପାଇଁ ଯାଇଥିବାବେଳେ ବଜ୍ରାଘାତରେ ଗୁରୁତର ହୋଇଥିଲେ । ତେବେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଇଟିଭି ଭାରତ, ଜଗତସିଂହପୁର