ଓଡିଶା

odisha

ସନ୍ଦିଗ୍ଧ ପାରାର ରହସ୍ୟ ଉନ୍ମୋଚନ କରି ପାରୁନି ପୋଲିସ, ଭୟରେ ପାରାଦ୍ୱୀପବାସୀ

By

Published : Mar 12, 2023, 9:31 PM IST

ପାରାଦ୍ବୀପରୁ ଉଦ୍ଧାର ହୋଇଥିବା ଗୁପ୍ତଚର ସନ୍ଦିଗ୍ଧ ପାରାକ ନେଇ ପ୍ରଶ୍ନ ଉଠାଇଛି ଓଡିଶା ସାମୁଦ୍ରିକ ମତ୍ସ ଉତ୍ପାଦକ ସଂଘ । ପାରା ଉଦ୍ଧାର ହେବାର ୫ ଦିନ ବିତିଯାଇଥିଲେ ବି ସଠିକ ତଥ୍ୟ ମିଳିପାରିନି । ଅଧିକ ପଢ଼ନ୍ତୁ

suspect spy pigeon rescued in paradeep
ପାରାଦ୍ବୀପରୁ ସନ୍ଦିଗ୍ଧ ପାରା ଉଦ୍ଧାର

ସନ୍ଦିଗ୍ଧ ପାରାର ରହସ୍ୟ ଉନ୍ମୋଚନ କରି ପାରୁନି ପୋଲିସ

ଜଗତସିଂହପୁର: ପାରାଦ୍ୱୀପରେ ଗତ ମାର୍ଚ୍ଚ ୮ ତାରିଖରେ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରାକୁ ନେଇ ଆଶଙ୍କାରେ ରହିଛନ୍ତି ପାରାଦ୍ୱୀପ ବାସୀ । ପାରା ଉଦ୍ଧାର ହେବାର ୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ସଠିକ ତଥ୍ୟ ପାଇପାରି ନାହିଁ । ପାରାର ଗୋଡ଼ରେ ଲାଗିଥିବା କ୍ୟାମେରାରେ କେଉଁକେଉଁ ସ୍ଥାନର ଚିତ୍ର କଏଦ ହୋଇଛି, ପାରାର ଗୋଡ଼ରେ ଲାଗିଥିବା ଚିଫରେ କେଉଁ ତଥ୍ୟ ରହିଛି ଓ ତାର ଦେହରେ କେଉଁ ଭାଷାରେ କଣ ଲେଖା ଯାଇଛି ତାକୁ ଆଜି ପର୍ଯ୍ୟନ୍ତ ଜାଣିବାରେ ଅସମର୍ଥ ହୋଇଛି ପାରାଦ୍ୱୀପ ପୋଲିସ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓଡିଶା ସାମୁଦ୍ରିକ ମତ୍ସ ଉତ୍ପାଦକ ସଂଘ ।

ଗତ ୬ ତାରିଖ ଦିନ ପାରାଦ୍ୱୀପ ସମୁଦ୍ର ଉପକୂଳ ଠାରୁ ୧୪୨ ନଟି ମାଇଲ ଦୂର ସମୁଦ୍ର ଭିତରେ ମାଛ ମାରିଥିବା ବେଳେ ସାରଥୀ ନାମକ ଏକ ଟ୍ରଲରରେ ଏକ ଧଳାପରା ବସିଥିଲା । ପାରାର ଗୋଡ଼ରେ କ୍ୟାମେରା ଓ ଚିଫ୍‌ ଥିବା ଦେଖି ମତ୍ସଜୀବୀମାନେ ଏହା ସନ୍ଦିଗ୍ଧ ପାରା ବୋଲି ଜାଣିପାରିଥିଲେ ଏବଂ ଗତ ୮ ତାରିଖରେ ପାରାଦ୍ୱୀପ ମେରାଇନ ପୋଲିସକୁ ପାରାଟିକୁ ହସ୍ତାନ୍ତର କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ କରିଥିଲେ ମଧ୍ୟ କୌଣସି ସୂଚନା ପାଇନଥିଲା । ପାରାଟିକୁ ପ୍ରଥମେ ରାଜ୍ୟ ଫରେନ୍ସିକ ଲ୍ୟାବ ଓ ପରେ ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ଫରେନ୍ସିକ ଲ୍ୟାବ ପଠାଯାଇଛି । ତେବେ ଆଜି ପର୍ଯ୍ୟନ୍ତ ପାରାକୁ ନେଇ କୌଣସି ପ୍ରକାର ତଥ୍ୟ ହାସଲ କରାଯାଇ ପାରିନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓଡିଶା ସାମୁଦ୍ରିକ ମତ୍ସ ଉତ୍ପାଦକ ସଂଘ ପାରାଦ୍ବୀପର ସଭାପତି ଶ୍ରୀକାନ୍ତ ପରିଡ଼ା ।

ସେ କହିଛନ୍ତି ଯେ, ଗତ ଜାନୁଆରୀ ମାସରେ ଏହିଭଳି ୩ରୁ ୪ ଟି ସନ୍ଦିଗ୍ଧ ପାରା ସୁନ୍ଦରଗଡ, କେନ୍ଦ୍ରାପଡା, ପୁରୀ ଓ ପାରାଦ୍ବୀପର ବତୀଘର ନିକଟରୁ ଧାରା ପଡ଼ିଥିଲେ । ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ନେଇ କୌଣସି ତଥ୍ୟ ହାସଲ କରାଯାଇ ପାରିନାହିଁ । ଏହି ଘଟଣା ପରେ ପାରାଦ୍ୱୀପ ଭଳି ଏକ ଶିଳ୍ପ ସମୃଦ୍ଧ ଓ ସମ୍ବେଦନଶୀଳ ସ୍ଥାନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ପାରାଦ୍ୱୀପରେ ଇଫ୍କୋ, ପିପିଏଲ, ତୈଳ ବିଶୋଧନାଗାର ଆଦି ଶିଳ୍ପାନୁଷ୍ଠାନରେ ୧ ଲକ୍ଷ ମେଟ୍ରିକ ଟନରୁ ଅଧିକ ବିଷାକ୍ତ ଆମୋନିଆ ଗ୍ୟାସ ରହିଛି । ଯାହା ଏକ ସମ୍ବେଦନଶୀଳ ବିଷୟ । ପାରାଦ୍ୱୀପ ସୁରକ୍ଷା ସହିତ ଜଗତସିଂହପୁର ଜିଲ୍ଲାର ୪୮୦ କିଲୋମିଟର ବିସ୍ତିର୍ଣ୍ଣ ବେଳାଭୂମିର ସୁରକ୍ଷା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ଓଡ଼ିଶା ସେ ଶ୍ରୀକାନ୍ତ ପରିଡ଼ା କହିଛନ୍ତି ।

ବର୍ତ୍ତମାନ ପାରାଦ୍ୱୀପଠାରୁ ଆରମ୍ଭ କରି ଦକ୍ଷିଣକୁ ପୁରୀ ଓ ଉତ୍ତରକୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ବେଳାଭୂମି ସମ୍ପୂର୍ଣ୍ଣ ମୁକୁଳା ରହିଛି । ପାରାଦ୍ୱୀପରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ପ୍ରଶିକ୍ଷଣର ଅଭାବ ଓ ଆବଶ୍ୟକୀୟ ସରଞ୍ଜାମ ନଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇ ପାରୁନାହିଁ । ଏହାର ସୁଯୋଗରେ ଅନେକ ବାଂଲାଦେଶୀ ଅନୁପ୍ରବେଶକାରୀ ପାରାଦ୍ୱୀପରେ ନିଜର ଆସ୍ଥାନ ଜମାଇ ସାରିଲେଣି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ସଚେତନ ହେବା ସହ ପାରାଦ୍ୱୀପ ସହରକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details