ଓଡିଶା

odisha

ETV Bharat / state

ଝଟକିବ ଝଙ୍କଡପୀଠ, ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ - ଶାରଳାଙ୍କ ମନ୍ଦିର ବିକାଶ

ଝଟକିବ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ମା' ଶାରଳାଙ୍କ ମନ୍ଦିର । ସୌନ୍ଦର୍ଯ୍ୟକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ଝଟକିବ ଝଙ୍କଡପୀଠ, ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ
ଝଟକିବ ଝଙ୍କଡପୀଠ, ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ

By

Published : May 24, 2022, 7:57 AM IST

ଜଗତସିଂହପୁର: ଝଟକିବ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ମା' ଶାରଳାଙ୍କ ମନ୍ଦିର(Salara Temple) । ସୌନ୍ଦର୍ଯ୍ୟକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କଟକ ଚଣ୍ଡୀ ମନ୍ଦିର ପରେ ଏବେ ଝଙ୍କଡ଼ ସ୍ଥିତ ମା' ଶାରଳାଙ୍କ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ତ୍ବାରାନ୍ବିତ କରିବା ପାଇଁ ମା' ଶାରଳାଙ୍କ ମନ୍ଦିରରେ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି ନିର୍ମାଣ ବିଭାଗର ମୁଖ୍ୟ ବୀର ବିକ୍ରମ ଯାଦବ । ପ୍ରଥମେ ମା'ଙ୍କୁ ଦର୍ଶନ କରବା ପରେ ନବନିର୍ମିତ ପ୍ରକଳ୍ପ ନକ୍ସାର ସମୀକ୍ଷା କରିଛନ୍ତି ।

ଝଟକିବ ଝଙ୍କଡପୀଠ, ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ

ରାସ୍ତା ସମ୍ପ୍ରସାରଣ, ଭୋଗ ମଣ୍ଡପ, ମନ୍ଦିର ସମୁଖ ଦୋଳବେଦୀ ସମ୍ପ୍ରସାରଣ ପ୍ରସାଦ ମଣ୍ଡପ ଆଦି ନିର୍ମାଣ ନକ୍ସାର ସମୀକ୍ଷା କରିଥିଲେ ନିର୍ମାଣ ବିଭାଗର ମୁଖ୍ୟ । ଜିଲ୍ଲାପାଳ ପାରୁଲ ପଟୱାରୀ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ଅଧିକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ ପ୍ରମୂଖ ଉପସ୍ଥିତ ରହି ପ୍ରକଳ୍ପ ନକ୍ସା ସମ୍ପର୍କରେ ଅବଗତ କରାଇଥିଲେ। ମା' ଶାରଳା ମନ୍ଦିର ଉନ୍ନତିକରଣ ସମ୍ପର୍କରେ ସେବକମାନଙ୍କ ସହ ଆଲୋଚନା କରିଥିଲେ ନିର୍ମାଣ ବିଭାଗର ମୁଖ୍ୟ ।

କିଛି ଦିନ ତଳେ ଗତ ଏପ୍ରିଲ 26 ତାରିଖରେ ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଗସ୍ତ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ମା'ଙ୍କର ଦର୍ଶନ କରିବା ସହ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଐତିହ୍ୟର ବିକାଶ ବାବଦରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପୀଠର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ନେଇ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ 5T ସଚିପ ଭେକେ ପାଣ୍ଡିଆନ ଏହି ପୁରାତନ ଶକ୍ତିପୀଠ ପରିଦର୍ଶନ କରି ମନ୍ଦିର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details