ଓଡିଶା

odisha

ETV Bharat / state

୧୫ ଦିନ ମଝି ଦରିଆରେ ବାଂଲାଦେଶୀ ମାଛଧରାଳୀ, ଉଦ୍ଧାର କଲେ ଓଡିଶା ମତ୍ସ୍ୟଜୀବୀ - ବାଂଲାଦେଶୀ ମତ୍ସ୍ୟଜୀବୀ ପାରାଦ୍ବୀପରୁ ଉଦ୍ଧାର

ବାଟବଣା ହୋଇ ସମୁଦ୍ରରେ ଫସିଥିବା ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲେ ପାରାଦ୍ବୀପ ମତ୍ସ୍ୟଜୀବୀ । ଏହି ମତ୍ସଜୀବୀମାନେ ଡିସେମ୍ବର ୭ରେ ମାଛ ମାରିବାକୁ ବାଂଲାଦେଶରୁ ବାହାରିଥିଲେ । ଅଧିକ ପଢନ୍ତୁ

ବାଂଲାଦେଶୀ ମତ୍ସ୍ୟୀଜୀବୀଙ୍କୁ ଉଦ୍ଧାର କଲେ ପାରାଦ୍ବୀପ ମତ୍ସ୍ୟଜୀବୀ
ବାଂଲାଦେଶୀ ମତ୍ସ୍ୟୀଜୀବୀଙ୍କୁ ଉଦ୍ଧାର କଲେ ପାରାଦ୍ବୀପ ମତ୍ସ୍ୟଜୀବୀ

By

Published : Dec 26, 2021, 3:55 PM IST

Updated : Dec 26, 2021, 4:56 PM IST

ପାରାଦ୍ଵୀପ:ବାଟବଣା ହୋଇ ସମୁଦ୍ରରେ ଫସି ରହିଥିବା ବାଂଲାଦେଶୀ ମତ୍ସ୍ୟାଜୀବୀଙ୍କୁ ଉଦ୍ଧାର କଲେ ପାରାଦ୍ବୀପ ମତ୍ସ୍ୟଜୀବୀ । ଏହି ସମସ୍ତ ମତ୍ସଜୀବୀ ଡିସେମ୍ବର ୭ ତାରିଖରେ ମାଛ ମାରିବାକୁ ବାଂଲାଦେଶରୁ ବାହାରିଥିଲେ । ତେବେ ବାତ୍ୟା ପ୍ରଭାବରେ ସେମାନଙ୍କ ବୋଟ୍‌ ଡିସେମ୍ବର ୧୧ ରେ ଖରାପ ହୋଇଯାଇଥିଲା । ଏହାପରେ ସେମାନେ ବଙ୍ଗୋପସାଗରର ଗଭୀର ସମୁଦ୍ରରେ ବାଟବଣା ହୋଇଯାଇଥିଲେ । ଏହି ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ପାରାଦ୍ବୀପ ମତ୍ସ୍ୟଜୀବୀ ।

୧୫ ଦିନ ମଝି ଦରିଆରେ ବାଂଲାଦେଶୀ ମାଛଧରାଳୀ, ଉଦ୍ଧାର କଲେ ଓଡିଶା ମତ୍ସ୍ୟଜୀବୀ

ବୋଟ୍‌ର ମୋଟର କାମ ନକରିବାକୁ ଆହୁଲା ମାରି ସମୁଦ୍ରରେ ରହିବାକୁ ବାଧ୍ୟ ହୋଇଥିଲେ । ପାଖରେ ଥିବା ଖାଦ୍ୟ ସାମଗ୍ରୀ ମାତ୍ର ୮ ଦିନରେ ଶେଷ ହୋଇ ଯାଇଥିଲା । ସମୁଦ୍ର ଭିତରେ ସେମାନେ ଦିଗ ମଧ୍ୟ ନିର୍ଣ୍ଣୟ କରିବାରେ ଅସଫଳ ରହିଥିଲେ । ଭୋକ ଉପାସରେ ଦିନ କାଟୁଥିବା ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଦେଖିଥିଲେ ପାରାଦ୍ବୀପ ମତ୍ସଜୀବୀ । ପାରାଦ୍ବୀପ ମତ୍ସ୍ୟଜୀବୀଙ୍କୁ ଏହି ବାଂଲାଦେଶୀ ମତ୍ସ୍ୟଜୀବୀମାନେ ସାହାଯ୍ୟ ମାଗିଥିଲେ ।

ଏହାପରେ ସ୍ଥାନୀୟ ବୋଟ୍‌ ସାହାଯ୍ୟରେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ନେହେରୁ ବଙ୍ଗଳାସ୍ଥିତ ମଛଧରା ବନ୍ଦରକୁ ଅଣାଯାଇଛି । ଏହି ଖବର ପାଇବା ପରେ ମେରାଇନ ପୋଲିସ ବାଂଲାଦେଶୀଙ୍କୁ ଥାନାକୁ ଆଣିଛି । ସେପେଟ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ ପୋଲିସ ଉଭୟ ମିଶି ବାଂଲାଦେଶୀଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ମତ୍ସ୍ୟଜୀବୀଙ୍କ ନିକଟରୁ ୧୫ଟି ମୋବାଇଲ ଫୋନ୍‌ ସହ କିଛି ବାଂଲାଦେଶୀ ନୋଟ ଉଦ୍ଧାର ହୋଇଛି । ତା ସହିତ ସେମାନଙ୍କ ପାଖରେ ଥିବା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଯାଞ୍ଚ ଜାରି ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Dec 26, 2021, 4:56 PM IST

ABOUT THE AUTHOR

...view details