ଓଡିଶା

odisha

ETV Bharat / state

‘ସାମ୍ବାଦିକଙ୍କୁ ଆକ୍ରମଣ ପ୍ରସଙ୍ଗରେ ଆଖି ବୁଜି ବସିଛନ୍ତି ସରକାର’

ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାରକୁ ରାଜ୍ୟ ସାରା ବିରୋଧ କରାଯାଉଛି । ତେବେ ଏହି ଘଟଣାରେ ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି ବୋଲି ମତ ରଖିଛନ୍ତି ସାଧାରଣ ଜନତା ।

By

Published : Jul 20, 2019, 10:28 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ସାରା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ହୋଇଛି । ଗଣତନ୍ତ୍ରକୁ ସୁଦୃଢ କରୁଥିବା ଓ ଜାଗ୍ରତ ପହରୀ ଭାବରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପ୍ରତି ଏଭଳି ଆଚରଣ ଶୋଭନୀୟ ନୁହେଁ ବୋଲି ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । ଏପରିକି ରିପୋର୍ଟିଙ୍ଗ ସମୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣରେ ସେମାନଙ୍କ ମୃତ୍ୟୁ ହେଉଛି । ଏହାକୁ ନେଇ ଜାତିସଂଘ ମଧ୍ୟ ଉଦବେଗ ପ୍ରକାଶ କରିଥିଲା । କିଛି ରାଜ୍ୟ ଏନେଇ ଆଇନ ପ୍ରଣୟନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ମତ ରଖିଛନ୍ତି ସାଧାରଣ ଜନତା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details