ଓଡିଶା

odisha

By

Published : Sep 25, 2019, 12:08 PM IST

ETV Bharat / state

ନର୍ସ ନିହାରିକା ହତ୍ୟା ମାମଲା: ପୁଣି ରିମାଣ୍ଡରେ ଯାଇପାରେ ଅଭିଯୁକ୍ତ

ବହୁଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଧିକ ତଥ୍ୟ ହାସଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଜଗତସିଂହପୁର ଓ ବିରିଡି ପୋଲିସ । ଗତକାଲି ବିଳମ୍ବିତ ରାତିରେ ରାଜାର ବନ୍ଧୁ ସୁନିଲର କଟକ ଚାଉଳିଆଗଞ୍ଜ ଭଡାଘରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛନ୍ତି।

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ବହୁଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଧିକ ତଥ୍ୟ ହାସଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଜଗତସିଂହପୁର ଓ ବିରିଡି ପୋଲିସ । ଅଭିଯୁକ୍ତ ପ୍ରେମିକ କିଶୋର ଓରଫ ରାଜାକୁ ୩ ଦିନ ରିମାଣ୍ଡରେ ନେଇଥିଲା । ମାତ୍ର ନିହାରିକା ମୃତ୍ୟୁର ଅଧିକ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ଏଘଟଣାରେ ଆହୁରି ଅଧିକ ଖୋଳତାଡ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଗତକାଲି ବିଳମ୍ବିତ ରାତିରେ ରାଜାର ବନ୍ଧୁ ସୁନିଲର କଟକ ଚାଉଳିଆଗଞ୍ଜ ଭଡାଘରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି। ଏପରିକି ରାଜା କିପରି ନିହାରିକାକୁ ନର୍ସିଂହୋମ ରୁ ଆଣିଲା, କିପରି ହତ୍ୟାକରି ବିଲୁଆ ଖାଇ ନଦୀ ପଠାରେ ପକାଇଲା ତାହାର ଡେମୋ ଦେଖାଇଛି ଅଭିଯୁକ୍ତ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details