ଓଡିଶା

odisha

By

Published : Sep 23, 2019, 10:24 PM IST

ETV Bharat / state

ନୀହାରିକା ହତ୍ୟାକାଣ୍ଡ ମାମଲା; 3 ଦିନ ରିମାଣ୍ଡରେ ପ୍ରେମିକ ରାଜା

ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରେମିକକୁ 3 ଦିନ ରିମାଣ୍ଡରେ ଆଣିଛି ବିରିଡି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ :ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟାକାଣ୍ଡର ଅଭିଯୁକ୍ତ ଏବେ ପୋଲିସ ରିମାଣ୍ଡରେ । ପୋଲିସ ନିକଟରେ ଅଭିଯୁକ୍ତ ପ୍ରେମିକ କିଶୋର ଅଞ୍ଚଳ ଓରଫ ରାଜା ହତ୍ୟା କରିଥିବା କଥା ସ୍ବୀକାର କରିଛି । ଏହା ପରେ ଅଧିକ ତଦନ୍ତ ପାଇଁ 3 ଦିନ ରିମାଣ୍ଡରେ ଆଣିଛି ବିରିଡି ପୋଲିସ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଜଗତସିଂହପୁର

ସୂଚନାନୁସାରେ, ଆଜି ଜଗତସିଂହପୁର ଏସଡିଜେଏମ୍‌ କୋର୍ଟରେ ବିରିଡ଼ି ପୋଲିସ ଅଭିଯୁକ୍ତ ରାଜାକୁ 5 ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । କିନ୍ତୁ କୋର୍ଟ ଅଭିଯୁକ୍ତକୁ 3 ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଆସନ୍ତା 25 ତାରିଖ ସନ୍ଧ୍ୟା 5.30 ପର୍ଯ୍ୟନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇଛି ।

ରାଜା ନିହାରିକାକୁ କେମିତି ଓ କାହିଁକି ହତ୍ୟା କଲା, ତା' ସହ ଏ ହତ୍ୟାରେ ଆଉ କିଏ ସାମିଲ ଅଛି, ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏ ହତ୍ୟା ହୋଇନାହିଁ ତ, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୋଲିସ ରାଜାକୁ ରିମାଣ୍ଡରେ ଆଣିଛି । ଆଜି ସନ୍ଧ୍ୟା 6.30ରେ ଆଳିପିଙ୍ଗଳ ଉପକାରାଗାରରୁ ଅଭିଯୁକ୍ତ ରାଜାକୁ ବିରିଡ଼ି ପୋଲିସ ଏକ ଆଜ୍ଞାତ ସ୍ଥାନକୁ ନେଇଥିବା ସୂଚନା ମିଳିଛି ।

ଜଗତସିଂହପରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details