ଜଗତସିଂହପୁର: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏହି କଟକଣା ଜୁଲାଇ 31 ପର୍ଯ୍ୟନ୍ତ ବଳବତର ରହିବ।
ଜୁଲାଇ 13 ପର୍ଯ୍ୟନ୍ତ ଜଗତସିଂହପୁର ଜନସାଧାରଣଙ୍କୁ ସରକାରୀ ଅଫିସ ମନା - ଜଗତସିଂହପୁରରେ କୋଭିଡ ନିୟମ
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ 13 ଯାଏଁ ଜଗତସିଂହପୁରର କୌଣସି ସରକାରୀ ଅଫିସ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ମନା । ସେହିପରି ଜିଲ୍ଲା ଭିରକୁ ମଧ୍ୟ ବିନା ଅନୁମତିରେ ପ୍ରବେଶ ନିଷିଦ୍ଧ । ଅଧିକ ପଢନ୍ତୁ...
କଟକଣା ସମୟରେ ଜଣ ସାଧାରଣ ସେମାନଙ୍କ ଆପତ୍ତି, ଅଭିଯୋଗ ଓ ସମସ୍ୟାଗୁଡିକୁ ଇ ଅଭିଯୋଗ ପୋଟାଲ https://janasahajogajsp.org ମାଧ୍ୟମରେ ଜଣାଇପାରିବେ । ତେବେ ଜନସାଧାରଣ ଅଭିଯୋଗ ଜଣାଇଲେ ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାର 8ଟି ବ୍ଲକ ଓ 7ଟି ତହସିଲ କାର୍ଯ୍ୟାଳୟର ପ୍ରବେଶ ପଥରେ ଡ୍ରପ ବକ୍ସ ମାଧ୍ୟମରେ ମଧ୍ୟ ଅଭିଯୋଗ ଜଣାଇପାରିବେ ।
ଜନସାଧାରଣ ଓ ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ପହିଲାରୁ ବିନା ଅନୁମତିରେ ଜଗତସିଂହପୁର ଜିଲ୍ଲାକୁ ପ୍ରଵେଶ ଉପରେ କଟକଣା ଜାରି କରାଯାଇଛି । ଏହି କଟକଣା ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ ଲାଗୁ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ପ୍ରଶାସନ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ