ଓଡିଶା

odisha

ETV Bharat / state

ରଜରେ ଖାଁ ଖାଁ ସିନେମା ହଲ୍‌ - ରଜ ମଉଜ

ନୂଆ ପୋଷାକ ପିନ୍ଧି, ପୀଠା ପଣା ଖାଇ, ଚଳଚ୍ଚିତ୍ର ଦେଖି ରଜର ଖୁସିକୁ ଦୁଇ ଗୁଣିତ କରିଥାନ୍ତି କୁଆଁରୀମାନେ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ରଜରେ ନୂଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲେ ସୁଦ୍ଧା ଖାଁ ଖାଁ ରହିଛି ଜଗତସିଂହପୁରରେ ପ୍ରେକ୍ଷାଳୟ । ଅଧିକ ପଢନ୍ତୁ

ରଜ ମଉଜ: ଜଗତସିଂହପୁରରେ ପ୍ରେକ୍ଷାଳୟ ଖାଁ ଖାଁ
ରଜ ମଉଜ: ଜଗତସିଂହପୁରରେ ପ୍ରେକ୍ଷାଳୟ ଖାଁ ଖାଁ

By

Published : Jun 16, 2022, 3:58 PM IST

ଜଗତସିଂହପୁର: ଓଡିଶାର ଗଣପର୍ବ ରଜକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ନୂଆ ପୋଷାକ ପିନ୍ଧି, ପୀଠା ପଣା ଖାଇ , ଚଳଚ୍ଚିତ୍ର ଦେଖି ରଜର ଖୁସିକୁ ଦୁଇ ଗୁଣିତ କରିଥାନ୍ତି କୁଆଁରୀମାନେ । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ରଜରେ ନୂଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲେ ସୁଦ୍ଧା ଖାଁ ଖାଁ ରହିଛି ଜଗତସିଂହପୁରରେ ପ୍ରେକ୍ଷାଳୟ ।

ରଜ ମଉଜ: ଜଗତସିଂହପୁରରେ ପ୍ରେକ୍ଷାଳୟ ଖାଁ ଖାଁ

ସାଧାରଣତଃ 90 ଦଶକରେ ରଜ ସମୟରେ ଫିଲ୍ମ ହଲ ଗୁଡିକ ପ୍ରାୟତଃ ହାଉସଫୁଲ ରହିଥାଏ । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟି ଯାଇଛି। ରଜ ବଜାରରେ ମଧ୍ୟ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଗୁଡିକ ଖାଁ ଖାଁ ହୋଇ ରହିଛି । ଦର୍ଶକ ନ ଥିବାରୁ ଜଗତସିଂହପୁର ସହରର 3 ସିନେମା ହଲରୁ ଦୁଇଟି ବନ୍ଦ ହୋଇ ସାରିଥିବା ବେଳେ ଅନ୍ୟଟି ଖୁବଶୀଘ୍ର ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହେଲାଣି । ରଜ ବଜାରରେ ଗୋଟେ ସୋରେ 10ରୁ20 ଜଣ ଦର୍ଶକ ଆସୁଥିବାରୁ ସିନେମା ହଲ ଚଳାଇବା ସମ୍ଭବ ହୋଇ ପାରୁନଥିବା ରଶ୍ମି ହଲ ମାଲିକ ରଶ୍ମିକାନ୍ତ ସାହୁ କହିଛନ୍ତି । 90 ଦଶକରେ ଦୁଇଦିନ ପୂର୍ବରୁ ଟିକେଟ ବୁକ ହୋଇରହୁଥିଲା । ପ୍ରବଳ ଦର୍ଶକ ଆସୁଥିବାରୁ ଦିନକୁ 4ଟି ଶୋ’କୁ ବଢ଼ାଇ 5ରୁ 6ଟି ସୋ କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ନୁନ ଶୋରେ 10 ଜଣ ଦର୍ଶକ ଥିବାରୁ ବିଜୁଳୀ ଖର୍ଚ୍ଚ ବାହାରୁ ନଥିବା କଥା କହିଛନ୍ତି ହଲ ମାଲିକ।

ABOUT THE AUTHOR

...view details