ଜଗତସିଂହପୁର:ଝଙ୍କଡବାସିନୀ ସେ ମା' ଶାରଳା ।ସେ ସିଦ୍ଧି ବୁଦ୍ଧି ପ୍ରଦାୟିନୀ, ଆଦିଶକ୍ତି, ସୃଷ୍ଟିକାରିଣୀ ମା' ଶାରଳା । ମା'ଙ୍କ ଅଲୌକିକ ମହିମା । ଯାହାଙ୍କ କୃପା ଲାଭ କରି ମୁର୍ଖ ହୁଏ ପଣ୍ଡିତ, ଦରିଦ୍ର ହୁଏ କୁବେର ସମ ଧନବାନ । ମା'ଙ୍କ କୃପା ଦୃଷ୍ଟିରେ ଜଗତ ହୁଏ ଜ୍ଞାନଲୋକରେ ଉଦଦ୍ଭାସିତ । ଯାହାଙ୍କ ଦୟାରୁ କବି ଲେଖନୀରୁ ଅବିଛୁରିତ ହୁଏ କାବ୍ୟ ଝଙ୍କାର ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଉତ୍କଳ ଭାରତୀ ଓଡ଼ିଶାର ଅନ୍ୟତମ ଶକ୍ତି ସ୍ବରୁପିଣୀ ମା' ଶାରଳା । ସତ୍ୟଯୁଗର ଜଗତସିଂହପୁର ଜିଲ୍ଲାରେ ପୂଜା ପାଇ ଆସୁଛନ୍ତି ମା' । ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଜଳ ହୋଇଛି ପୀଠ ।
ପୁରାଣ କଥିତ ଅନୁସାରେ ସତ୍ୟଯୁଗରେ କୃପାଜଳ ନାମକ ଜଣେ ଋଷି ତପସ୍ୟା ବଳରେ ବାଣୀ ବୈକୁଣ୍ଠ ରଚନା କରି ମାଘ ଶୁକ୍ଳ ସପ୍ତମୀ ଦିନ ମା' ଶାରଳାଙ୍କୁ ଧରାବତରଣ କରାଇଥିଲେ । ସେହିଦିନକୁ ମା' ଶାରଳାଙ୍କ ଜନ୍ମଦିନ ରୂପେ ପାଳନ କରାଯାଇଥାଏ । ସତ୍ୟଯୁଗରେ ମହିଷାସୁର ଦେବତାଙ୍କୁ ପରାଜିତ କରିବା ପରେ ସମସ୍ତ ଦେବତାମାନେ ଆତ୍ମଗୋପନ କରିକଲେ । ମହିଷାସୁରକୁ ବିନାଶ କରିବା ପାଇଁ ବ୍ରହ୍ମା ଦେବତା ଦେବୀଙ୍କୁ ସ୍ତୁତି କରିବା ଫଳରେ ମା' ଆବିର୍ଭୂତ ହେବା ସହ ମହିଷାସୁରର ବିନାଶ ପାଇଁ ଏକ ଶିଳା ବିଗ୍ରହରେ ଶର ଦ୍ୱାରା ମହିଶା ନିଧନର ଚିତ୍ର ଅଙ୍କନ କରିଥିଲେ ।
ଏହା ଚନ୍ଦ୍ରଭାଗା ତଟଦେଶରେ ପଡି ରହିଥିଲା । ତ୍ରେତୟା ଯୁଗରେ ଭଗବାନ ପର୍ଶୁରାମ ସମଗ୍ର ପୃଥିବୀ ପରିକ୍ରମା କରିବା ପରେ ଶିଳା ପଡିଥିବା ସ୍ଥାନରେ ନିଜର ଧନୁ ରଖି ସ୍ନାନ କରି ଫେରି ଦେଖନ୍ତି ତ ନିଜର ଧନୁ ଶୂନ୍ୟକୁ ଉଠି ରହିଛି ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଭୂଗର୍ଭକୁ ଶର ନିକ୍ଷେପ କଲେ ଫଳରେ ସେଠାରୁ ଏକ ବିରାଟ ଦେବିଶକ୍ତି ଉତ୍ପନ୍ନ ହୋଇଥିଲେ । ଦେବୀଙ୍କ ରୂପ ଅସ୍ପଷ୍ଟ ଥିବାରୁ ଭଗବାନ ପର୍ଶୁରାମ ନିଜ ଶର ଦ୍ୱାରା ମୂର୍ତ୍ତିକୁ ଅଙ୍କନ କଲେ ସେହିଦିନ ଠାରୁ ମା' ଶାରଳା ନାମରେ ଅବିହିତ ହୋଇଥିଲା ।