ଜଗତସିଂହପୁର: ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି(ଶନିବାର) ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ 2020 କୃଷି ଆଇନକୁ ବିରୋଧ କରି ସଂଗଠନ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଆସିଥିଲେ ।
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ - navanirmana-krushaka-sangathan
ଜଗତସିଂହପୁର ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶନିବାର ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ସେଠାରେ ବିକ୍ଷୋଭ କରିବା ସହ ଥାନା ଛକ ନିକଟରେ ରାସ୍ତା ଅବରୋଧ କରିବା ସହ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । କେନ୍ଦ୍ର ସରକାର ଚାଷୀ ମାରଣ ନୀତି ଆପଣାଉଥିବା ଅଭିଯୋଗ କରିବା ସହ ଚାଷକୁ କର୍ପୋରେଟ ସଂସ୍ଥାକୁ ଟେକି ଦେବାକୁ 2020 କୃଷି ଆଇନ ପ୍ରଣୟନ କରିଛନ୍ତି ।
ତୁରନ୍ତ କେନ୍ଦ୍ର ସରକାର 2020 କେନ୍ଦ୍ର କୃଷି ଆଇନକୁ ପ୍ରତ୍ୟାହାର କରି ନେବାକୁ ଦାବି କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ